ପୋଲାଭରମ୍ ପ୍ରକଳ୍ପ ଟେଣ୍ଡର ବାତିଲ ମାମଲା: ଆନ୍ଧ୍ରଠାରୁ ରିପୋର୍ଟ ମାଗିଲା କେନ୍ଦ୍ର
ପୋଲାଭରମ୍ ପ୍ରକଳ୍ପ ଟେଣ୍ଡର ବାତିଲ ମାମଲା: ଆନ୍ଧ୍ରଠାରୁ ରିପୋର୍ଟ ମାଗିଲା କେନ୍ଦ୍ର
admin
Aug 22, 2019 - 04:46
Updated: Aug 22, 2019 - 04:46
ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ୍ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପର ଟେଣ୍ଡର ବାତିଲ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆନ୍ଧ୍ରପ୍ରଦେଶ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥିବା ନବଯୁଗ ଗ୍ରୁପ ଟେଣ୍ଡରକୁ ଆମନ୍ତ୍ରଣ କରିଛନ୍ତି । ପୋଲାଭରମ ଟେଣ୍ଡର ବାତିଲ କରାଯିବା ଯୋଗୁଁ ଏହା ପ୍ରକଳ୍ପ ଉପରେ କିଭଳି ପ୍ରଭାବ ପକାଇବ, ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଳମ୍ବ ତଥା ଖର୍ଚ୍ଚ ବୃଦ୍ଧି ଭଳି ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣଙ୍କଠାରୁ ଏକ ସପ୍ତାହ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି । ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନୂଆ ଟେଣ୍ଡରକୁ ଅକ୍ଟୋବର ଶେଷ ସୁଦ୍ଧା ଚୂଡାନ୍ତ କରିବା ତଥା ପ୍ରକଳ୍ପ କାର୍ଯ୍ୟ ନଭେମ୍ବର ୧ ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ବିଧାନସଭା ନିର୍ବାଚନ ସମୟରେ ୱାଇଏସଆର କଂଗ୍ରେସ ପକ୍ଷରୁ ପୋଲାଭରମ ପ୍ରକଳ୍ପ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଥିଲା ଏବଂ କ୍ଷମତାକୁ ଆସିଲେ ଟେଣ୍ଡର ବାତିଲ କରିବା କଥା ମଧ୍ୟ କୁହାଯାଇଥିଲା । ତକ୍ରାଳୀନ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନବଯୁବ ଗ୍ରୁପକୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରଦାନ କରାଯାଇଥିଲା ।