କର୍ଣ୍ଣାଟକରେ ଆସ୍ଥା ଭୋଟ ଆଜି

କର୍ଣ୍ଣାଟକରେ ଆସ୍ଥା ଭୋଟ ଆଜି

କର୍ଣ୍ଣାଟକରେ ଆସ୍ଥା ଭୋଟ ଆଜି
ବେଙ୍ଗାଲୁରୁ: ଆଜି (ସୋମବାର) କର୍ଣ୍ଣାଟକ ରାଜନୀତି ପାଇଁ ନିର୍ଣ୍ଣାୟକ ଦିନ ହେବାକୁ ଯାଉଛି । ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ ସଙ୍କଟରେ ପଡ଼ିଥିବା କୁମାରସ୍ୱାମୀ ସରକାର କାଲି ଆସ୍ଥା ଭୋଟର ସମ୍ମୁଖୀନ ହେବ । ପରାଜୟରୁ ରକ୍ଷା ପାଇବା ଲାଗି ମେଣ୍ଟ ନେତାମାନଙ୍କ ସବୁ ଉଦ୍ୟମ ବିଫଳ ହୋଇଛି । ଏପରିକି କୁମାରସ୍ୱାମୀଙ୍କ ବଦଳରେ କଂଗ୍ରେସ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି କୁମାରସ୍ୱାମୀଙ୍କ ପ୍ରସ୍ତାବକୁ ମଧ୍ୟ ବିଦ୍ରୋହୀ ବିଧାୟକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ସେମାନେ ନିଜ ଇସ୍ତଫା ଜିଦରେ ଅଟଳ ରହିଛନ୍ତି । ବିଜେପି ନେତା ବିଏସ ୟେଦୁରପ୍ପା କହିଛନ୍ତ ସୋମବାର ହେଉଛି ମେଣ୍ଟ ସରକାର ଶେଷ ଦିନ । ଆସ୍ଥା ଭୋଟ ତୁରନ୍ତ କରିବା ପାଇଁ ଦୁଇ ସ୍ୱାଧୀନ ବିଧାୟକ ସୁପ୍ରିମ କୋର୍ଟ ଯିବାକୁ ନିଷ୍ପତ୍ତି ନେବା ସତ୍ତେ୍ୱ ଆସନ୍ତାକାଲି ଆସ୍ଥା ଭୋଟ ହେବ ।