ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର
ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର
admin
May 3, 2021 - 07:35
Updated: May 3, 2021 - 07:35
ଭୁବନେଶ୍ୱର: ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବାଧ୍ୟତାମୂଳକ ଅବସରକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ୧୯୮୭ ବ୍ୟାଚର ଆଇଏଫଏସ ଥିଲେ ଅଭୟକାନ୍ତ ପାଠକ । ଅଭୟକାନ୍ତଙ୍କ ଅବସର ପାଇଁ ରାଜ୍ୟ ସରକାର ସୁପାରିସ କରିଥିଲେ । ସରକାରୀ ପଦବୀର ଅପବ୍ୟବହାର କରିଥିଲେ ଅଭୟକାନ୍ତ ।
ପ୍ରକାଶ ଯେ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜିଲାନ୍ସ । ଧୀରେ ଧୀରେ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ପେଡ଼ି ମଧ୍ୟ ଖୋଲୁଛି । ଭିଜିଲାନ୍ସ ଇତିହାସରେ ଏତେବଡ଼ ଦୁର୍ନୀତି କେବେ ପଦାକୁ ଆସିନଥିଲା । ଜଙ୍ଗଲୀବାବୁ ଲୁଟିଥିବା ସମ୍ପତ୍ତିର ସିଂହ ଭାଗ ପ୍ରାୟ ୯.୪ କୋଟି ପୁଅ ଆକାଶ ପାଠକ ନାମରେ ଥିବା ଏକାଧିକ ଆକାଉଣ୍ଟରେ ଜମା କରାଯାଇଥିଲା । କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି ମିଳିବା ପରେ ଅତିରିକ୍ତ ପିସିସିଏଫ ତଥା ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଥିଲେ ।