ଅନ୍ଲାଇନ୍ ଲିକ୍ ହେଲା 'ହ୍ୱାଏ ଚିଟ୍ ଇଣ୍ଡିଆ'
ଅନ୍ଲାଇନ୍ ଲିକ୍ ହେଲା 'ହ୍ୱାଏ ଚିଟ୍ ଇଣ୍ଡିଆ'
admin
Feb 20, 2019 - 05:18
Updated: Feb 20, 2019 - 05:18
ଗତ ୧୮ ତାରିଖରେ ମୁକ୍ତିଲାଭ କରିଥିବା 'ହ୍ୱାଏ ଚିଟ୍ ଇଣ୍ଡିଆ'ର ପାଇରେଟେଡ୍ ଭର୍ସନ୍ ଅନ୍ଲାଇନ୍ରେ ଲିକ୍ ହୋଇଯାଇଛି । ସବୁ ନୂଆ ଫିଲ୍ମର ଡୁପ୍ଲିକେଟ୍ ଭର୍ସନ୍ ଅନ୍ଲାଇନ୍ ଲିକ୍ କରିବା ପାଇଁ କୁଖ୍ୟାତି ଅର୍ଜନ କରିଥିବା ୱେବ୍ସାଇଟ୍ 'ତାମିଲ୍ରକର୍ସ' ଏହାକୁ ଲିକ୍ କରିଛି । ଏଭଳି ପରିସ୍ଥିତି ସମ୍ପୂର୍ଣ୍ଣ ଫିଲ୍ମଟିମ୍କୁ ଏକ ବଡ଼ ଝଟ୍କା ଦେଇଛି । ବକ୍ସ ଅଫସରେ ଭଲ ବ୍ୟବସାୟ କରୁଥିବା ଇମ୍ରାନ୍ ହାସ୍ମୀଙ୍କ ଅଭିନୀତ ଏହି ଫିଲ୍ମର ବ୍ୟବସାୟ ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି ଫିଲ୍ମ ସମୀକ୍ଷକମାନେ କହିଛନ୍ତି। ଏହି ସମସ୍ୟାର ସମାଧାନ ଦିଗରେ ଇମ୍ରାନ୍ଙ୍କ ପ୍ରଶଂସକ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।
ଅନ୍ଲାଇନରେ ଲିକ୍ ହୋଇଥିବା ପାଇରେଟେଡ୍ ଭର୍ସନ୍ ନ ଦେଖିବା ପାଇଁ ପ୍ରଶଂସକ ମହଲରୁ ବିଭିନ୍ନ ପ୍ରକାର ନିବେଦନ ମେସେଜ୍ ସୋସିଆଲ୍ ମଡିଆରେ ବହୁ ପରିମାଣରେ ସେୟାର୍ ହେଉଛି । ପ୍ରଶଂସକଙ୍କ ପକ୍ଷରୁ କୁହାଯାଇଛି ଯେ କୌଣସି ଫିଲ୍ମ ହେଉ ନା କାହିଁକି, ସେଥିରେ ସମସ୍ତ ଫିଲ୍ମଟିମର ପରିଶ୍ରମ ଓ ବଜେଟ୍ ଲାଗିଥାଏ । ତେଣୁ ଫିଲ୍ମହଲ୍ ଯିବା ଉଚିତ୍ । ଏହା ବ୍ୟତୀତ 'ହ୍ୱାଏ ଚିଟ୍ ଇଣ୍ଡିଆ' ଭଳି ଏକ ଉନ୍ନତମାନର ଫିଲ୍ମକୁ ହଲରେ ଦେଖିବାର ମଜା ନିଆରା । ତେଣୁ ସିନେପ୍ରେମୀଙ୍କୁ ଅନୁରୋଧ ସେମାନେ ପାଇରେଟେଡ୍ ଭର୍ସନ୍ ଆଦୌ ଦେଖନ୍ତୁ ନାହିଁ ।