ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ବମିଖାଲ ଫ୍ଲାଏଓଭର

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ବମିଖାଲ ଫ୍ଲାଏଓଭର

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ବମିଖାଲ ଫ୍ଲାଏଓଭର
ଭୁବନେଶ୍ୱର: ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହାକୁ ଉଦ୍‌ଘାଟନ କରିବେ। ୨୦୧୨ ମସିହାରେ ଏହି ଫ୍ଲାଏଓଭର୍‌ର ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାୟ ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ପାଇଁ ୪୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆପ୍ରୋଚ ରୋଡ୍‌କୁ ମିଶାଇ ପୋଲର ଲମ୍ବ ୧୫୪୧ ମିଟର ରହିଥିବା ବେଳେ ଫ୍ଲାଏଓଭରରର ଚଉଡା ୭.୫ମିଟର। ତେବେ ଦୁଇ ଦୁଇ ଥର ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣା ପରେ ଏହି ଫ୍ଲାଏଓଭର ବେଶ୍ ଚର୍ଚ୍ଚାକୁ ଆସିଥିଲା।