ପଞ୍ଚାୟତିରାଜ ବିଭାଗ ଆଣିବ ନୂଆ ଆପ୍ :ହିତାଧିକାରୀ ଘର ଫଟୋ ଦେଇ ଟଙ୍କା ପାଇପାରିବେ

ପଞ୍ଚାୟତିରାଜ ବିଭାଗ ଆଣିବ ନୂଆ ଆପ୍ :ହିତାଧିକାରୀ ଘର ଫଟୋ ଦେଇ ଟଙ୍କା ପାଇପାରିବେ

ପଞ୍ଚାୟତିରାଜ ବିଭାଗ ଆଣିବ ନୂଆ ଆପ୍ :ହିତାଧିକାରୀ ଘର ଫଟୋ ଦେଇ ଟଙ୍କା ପାଇପାରିବେ
ଭୁବନେଶ୍ୱର: ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଏକ ନୂଆ ଆପ୍ ପ୍ରଚଳନ ହେବାକୁ ଯାଉଛି । ଏହି ଆପ୍ ଦ୍ୱାରା ବିଜୁ ପକ୍କାଘର ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ଘର ପାଇଥିବା ହିତାଧିକାରୀ ସିଧାସଳଖ ନିଜ ଆକାଉଣ୍ଟରେ ଟଙ୍କା ପାଇପାରିବେ । ଏଥିପାଇଁ ସେମାନଙ୍କୁ ଆଉ କାହା ପାଖକୁ ଦୌଡ଼ିବାକୁ ପଡିବ ନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ହିତାଧିକାରୀମାନେ ସେମାନଙ୍କ ଘର କେତେ କାମ କରିଛନ୍ତି ତାର ଏକ ଫଟୋ ଉଠାଇ ଏହି ଆପରେ ଡାଉନଲୋଡ କରିଦେଲେ ସେମାନଙ୍କ କିସ୍ତି ବାବଦ ଅର୍ଥ ବ୍ୟାଙ୍କ ଆକାଉଣ୍ଟରେ ଆସିଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ଘର ଯୋଗାଇ ଦିଆଯାଉଛି । ସରକାରଙ୍କ ପକ୍ଷରୁ ଏହି ଯୋଜନା ଥିଲେ ମଧ୍ୟ ଗରିବ ଲୋକଟିଏ ସରକାରୀ ଘର ପାଇବା ପାଇଁ ବହୁ କଷ୍ଟ କରୁଛନ୍ତି । ସରକାର ବିଭିନ୍ନ ଆବାସ ଯୋଜନାରେ ଲୋକଙ୍କୁ ୪ କିସ୍ତିରେ ଅର୍ଥ ପ୍ରଦାନ କରୁଛନ୍ତି । ମାତ୍ର ଜଣେ ଗରିବ ଲୋକ ପ୍ର୍ଥମ କିସ୍ତିରେ ଯେତିକି ଟଙ୍କା ପାଉଛି ସେଥିରେ ଘର ଖଣ୍ଡେ ଆରମ୍ଭ କରିବାକୁ ଅସମର୍ଥ ହେଉଛି । ସରକାର ଦେଉଥିବା କିସ୍ତି ଅନୁଯାୟୀ ଉକ୍ତ ଟଙ୍କାରେ ପଥର କିଣିବାର ହିତାଧିକାରୀଙ୍କ ଟଙ୍କା ଖର୍ଚ୍ଚ ହୋଇଯାଉଥିବା କେତେ ଜଣ ଅଭିଯୋଗ କରିଛନ୍ତି ।ଏହା ସହ ଘର କରାଇଦେବା ନାଁରେ ମଧ୍ୟ ବହୁ କୁଜିନେତା ଲାଞ୍ଚ ନେଇଯାଉଥିବାର ଅଭିଯୋଗ ବହୁବାର ଶୁଣିବାକୁ ପଡ଼ୁଛି । ଏହା ପରେ ସରକାରଙ୍କ ଅନ୍ୟ କିସ୍ତି ପାଇବା ଲାଗି ଯେଉଁ ମାଧ୍ୟମ ରହିଥିଲା ସେଥିରେ ମଧ୍ୟ ଜଣେ ହିତାଧିକାରୀ ହାତଗୁଞ୍ଜା ନ ଦେଇ କାମ କରିବାକୁ ଅସମର୍ଥ ହେଉଥିଲା । ତେଣୁ ଏହି ସବୁ ହିତାଧିକାରୀଙ୍କୁ ଆଶ୍ୱସ୍ତି ଦେବା ସକାଶେ ସରକାର ନୂଆ ଆପ୍ ଆରମ୍ଭ କରିବାକୁ ଯାଉଥିବା ଜଣାପ