ସୁଗୃହିଣୀଙ୍କ ପାଇଁ କେତୋଟି ଜାଣିବା କଥା

ସୁଗୃହିଣୀଙ୍କ ପାଇଁ କେତୋଟି ଜାଣିବା କଥା

ସୁଗୃହିଣୀଙ୍କ ପାଇଁ କେତୋଟି ଜାଣିବା କଥା
ଯଦି ଆପଣଙ୍କ ପିଲା ବଡ଼ ହୋଇଯାଇଛି, ତେବେ ତାକୁ ଘରେ ଥିବାବେଳେ ଜେଜେ ମା’ଙ୍କ ପାଖରେ ଛାଡ଼ି ସ୍ୱାମୀଙ୍କ ସହ ସପ୍ତାହ କାଳ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଏହାଫଳରେ ଆପଣଙ୍କ ଜୀବନରେ ସୁଖାନୁଭବ ଆସିବ ଓ ସଂପର୍କରେ ବି ସ୍ଥିରତା ଓ ଉଦ୍ଧାମତା ରହିବ । ସବୁବେଳେ ପିଲାମାନଙ୍କ ଛୋଟବଡ଼ ସମସ୍ୟା କଥା ସ୍ୱାମୀକୁ କୁହନ୍ତୁ ନାହିଁ । ଯଥାସମ୍ଭବ ଏଗୁଡ଼ିକୁ ନିଜେ ସମାଧାନ କରିନେବା ସୁଗୃହିଣୀର ପରିଚୟ ମାଆ ହେବା ପରେ ସାଧାରଣତଃ ଭାରତୀୟ ମହିଳାମାନେ ନିଜ ସ୍ୱାସ୍ଥ୍ୟ ଶାରିରୀକ ଯତ୍ନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଏହା ଠିକ ନୁହେଁ । ବିଭିନ୍ନ ଉପାୟରେ ନିଜର ଶାରିରୀକ ଆକର୍ଷଣକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ମାଆ ହେବାପରେ ନାରୀ ଜଣେ ପତ୍ନୀ ଓ ଗୃହିଣୀ ଭାବେ ତାଙ୍କର ଉତ୍ତରଦାୟିତ୍ୱ ବଢ଼ିଯାଏ । ତେଣୁ ତାଙ୍କ ସୟମକୁ ବାଣ୍ଟି ଗୃହିଣୀ, ପତ୍ନୀ, ମା’ ଆଦି ଭୂମିକଳା ଲାଗି ପ୍ରସ୍ତୁତ କରିବାକୁ ପଡ଼ିଥାଏ । ସ୍ୱାମୀ ଅଫିସରୁ ଆସିବା ପୂର୍ବରୁ ପିଲାମାନଙ୍କର ଓ ଘରର ଆବଶ୍ୟକୀୟ କାମଦାମ ସାରି ଦିଅନ୍ତୁ । ତଦ୍ୱାରା ଆପଣ ସ୍ୱାମୀଙ୍କ ସହ କିଛି ସମୟ ଫୁରସତରେ ମଧୁର ଆଳାପ କରିପାରିବେ । ସଂଧ୍ୟାରେ ସ୍ୱାମୀ ଘରେ ପହଁଚିବା ପୂର୍ବରୁ ନିଜର ମୁହଁ ହାତ ଧୋଇ ଟିକେଟ ଫ୍ରେସ ହୋଇଯିବା ଭଲ । ତତ୍ ସହିତ ଟିକେ ମେକଅପ ନେଇ ଭଲ ପୋଷାକ ପିନ୍ଧିବା ଉଚିତ । ଏହାଦ୍ୱାରା ସ୍ୱାମୀ କଦାଚିତ ଅନୁଭବ କରିପାରିବେନି ଯେ ଆପଣ ଥକି ଉଦାସ ଜଣାପଡ଼ୁଛନ୍ତି । ଯଦି ସ୍ୱାମୀ ନିର୍ଦ୍ଧାରିତ ପାର୍ଟିକୁ ଯାଉଥାନ୍ତି, ତେବେ ତାଙ୍କୁ କୌଣସି ଆଳ ଦେଖାଇ ମନା କରି ତାଙ୍କ ମନକୁ ଆଘାତ ଦିଅନ୍ତୁ ନାହିଁ ।