ଜବତ ହେଲା ଧଳା ଜହର      

ଜବତ ହେଲା ଧଳା ଜହର       

ପୋଲିସ ହାତରେ ଧରାପଡିଛି ବ୍ରାଉନ ସୁଗାର କିଙ୍ଗପିନ  । ପ୍ରାୟ 285 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୁଲ୍ୟ 25 ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି । ଜବତ ବ୍ରାଉନ ସୁଗର ର ମୂଲ୍ୟ ପ୍ରାୟ 28 ଲକ୍ଷ ପଚାଶ ହଜାର ଟଙ୍କା ହୋଇଥିବା ସୂଚନା ।  ତେବେ ଏଭିଯୁକ୍ତର ଘର ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଅଞ୍ଚଳ ବୋଲି ଜଣାପଡିଛି, ଯାହାର ବୟସ 28 ବର୍ଷ। ଗୁରୁବାର ଭୋର୍ ସମୟ ରେ ଜଳେଶ୍ଵର ପୋଲିସ କୌଣସି ସୂତ୍ର ରୁ ସୂଚନା ପାଇ ପଶ୍ଚମବଙ୍ଗରୁ ଓଡ଼ିଶା ଆସୁଥିବା ସମୟରେ ଅଗରୱାଲା ଛକ ନାକା ଠାରେ ମାଡ଼ି ବସିଲା ପୋଲିସ । ଏହି ବ୍ୟକ୍ତି ପାଖରୁ 880 ଟଙ୍କା ର ନଗଦ ଟଙ୍କା ସହିତ ଗୋଟିଏ  ହୋଣ୍ଡା ସ୍କୁଟି HR-26-DU-4123)ସହ ଗୋଟିଏ Vivo କମ୍ପାନୀ ର ମୋବାଇଲ କୁ ଜବତ କରିଛି ପୋଲିସ।  ଏ ନେଇ ଜଳେଶ୍ଵର ଥାନା ରେ 478/24 ରେ ମାମଲା ରୁଜ୍ଜୁ ହୋଇଛି ବୋଲି ପ୍ରେସମିଟ କରି ସୂଚନା ଦେଇଚନ୍ତି ଜଳେଶ୍ଵର ଏସଡିପିଓ ଦିଲ୍ଲିପ  ସାହୁ।