ଗରିବ ଜିଲ୍ଲାରେ କୋଟିପତି ନେତା
ଗରିବ ଜିଲ୍ଲାରେ କୋଟିପତି ନେତା
admin
Mar 27, 2019 - 10:38
Updated: Mar 27, 2019 - 10:38
ଭୁବନେଶ୍ୱର: ଗରିବ ଜିଲ୍ଲାରେ ଧନୀ ନେତା । ବାଲଙ୍ଗୀର ଓ ଝାରୁସୁଗୁଡା ଜିଲ୍ଲାରେ ପ୍ରାର୍ଥୀ ନାମାଙ୍କନ ପତ୍ର ସହିତ ସଂପତି ତାଲିକା ଦାଖଲ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ନିର୍ବାଚନମଣ୍ଡଳୀରୁ ବିଜେପି ତଥା ଦଳର ପୁରୁଖା ନେତା କନକବର୍ଦ୍ଦନ ସିଂଦେଓ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୩୭ କୋଟି ୯୫ ଲକ୍ଷ ଟଙ୍କା ୯୦ ହଜାର ୮୪୯ ଟଙ୍କା । ପ୍ରାର୍ଥୀପତ୍ର ଦାଖଲ ବେଳେ ସେ ସତ୍ୟପାଠରେ ଏହି ତଥ୍ୟ ଦର୍ଶାଇନ୍ତି । ତାଙ୍କ ହାତରେ ୭୬ ହଜାର ଟଙ୍କା ଓ ତାଙ୍କ ପତ୍ନୀଙ୍କ ହାତରେ ୯୨ ହଜାର ଟଙ୍କା ରହିଛି । ବ୍ୟାଙ୍କଜମା, ପ୍ରତିଭୁତି ଅଂଶଧନ, ଗାଡିମଟର ଓ ଗହଣା ଇତ୍ୟାଦି ମିଶାଇ କନକଙ୍କ ୧ କୋଟି ୩୫ ଲକ୍ଷ ୪୩ ହଜାର ୮୭୫ ଟଙ୍କା ରହିଛି ।ବଲାଙ୍ଗୀର ଲୋକସଭା ଆସନର ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂଦେଓଙ୍କ ସମ୍ପତିର ମୂଲ୍ୟ ୩୦ କୋଟି ଥିବା ସେ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି । ଏଥିମଧ୍ୟରେ ୨୭ କୋଟି ୧ ଲକ୍ଷ ୬୮ ହଜାର ଟଙ୍କା ମୂଲ୍ୟର ବ୍ୟବସାୟିକ କୋଠା, ଅଣକୃଷି ଜମି ଓ ଘର ଅଛି । ସଙ୍ଗୀତାଙ୍କ ନାଁରେ ଅପରାଧିକ ମାମଲା ନାହି। ବଲାଙ୍ଗୀର ସାଂସଦ କଳିକେଶ ସିଂଦେଓଙ୍କ ପାଖରେ ସ୍ଥାବର ଓ ଅସ୍ଥାବର ସମ୍ପତିର ପରିମାଣ ହେଉଛି ୧୩ କୋଟି ୯୩ ଲକ୍ଷ ୯୨ ହଜାର ୨୨୮ ଟଙ୍କା । ୨୦୧୪ରେ ଏହା ୮ କୋଟି ଟଙ୍କା ଥିବାବେଳେ ଗତ ୫ ବର୍ଷରେ ଏହା ୧୩ କୋଟିରେ ପହଂଚିଛି । ସେହିଭଳି ବଲାଙ୍ଗୀରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ସମ୍ପତି ହେଉଛି ପ୍ରାୟ ୧ କୋଟି ୫୯ ଲକ୍ଷ ୮୫ ହଜାର ୨୭୭ ଟଙ୍କା । ଏଥିମଧ୍ୟରେ ରହିଛି ବ୍ୟାଙ୍କ ଜମା, ଫିକ୍ସ ଡିପୋଜିଟ୍, ବଣ୍ଡସେୟାର ଜୀବନ ବିମା ପିଲିସି, ଗହଣା ଓ ଗାଡି । ଅନ୍ୟପଟେ ଝାରୁସୁଗୁଡା ବିଧାୟକ ନବ ଦାସ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୩୩ କୋଟି ୬୨ ଲକ୍ଷ ୩୩ ହଜାର ୭୦୭ ଟଙ୍କା ରହିଛି । ଗତ ୫ ବର୍ଷ ମଧ୍ୟରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ୨୩ କୋଟି ୪୧ ଲକ୍ଷ ୬ ହଜାର ୫୯୩ ଟଙ୍କା ବୃଦ୍ଧି ପାଇଛି । ସେହିଭଳି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସଂପତି ୩କୋଟି ୨୦ ଲକ୍ଷ ୪୪ହଜାର ୧୭୬ଟଙ୍କା ଦର୍ଶାଯାଇଛି । ଗଦ ୫ବର୍ଷରେ ରାଧାରାଣୀଙ୍କ ସଂପତି ୧ କୋଟି ୮୦ ଲକ୍ଷ ୧୦ ହଜାର ୭୯୬ଟଙ୍କା ଅଭିବୃଦ୍ଧି ଘଟିଛି ।