ବରୁଣଙ୍କ ପାଉଣା ୩୩ କୋଟି!

ବରୁଣଙ୍କ ପାଉଣା ୩୩ କୋଟି!

ବରୁଣଙ୍କ ପାଉଣା ୩୩ କୋଟି!
ବରୁଣ ଧୱନ୍ ଓ ଶ୍ରଦ୍ଧା କପୁର ଅଭିନୀତ ‘ଷ୍ଟ୍ରିଟ୍ ଡାନ୍ସ-୩’ ଚଳଚ୍ଚିତ୍ରର ଶେଷ ପର୍ଯ୍ୟାୟ ସୁଟିଂ ଚାଲିଛି । ଅକ୍ଟୋବର ଶେଷ ସୁଦ୍ଧା ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଯୋଜନା ରହିଛି । ବରୁଣ ଅଭିନୀତ ଫିଲ୍ମ ‘କଳଙ୍କ’ ଏଇ କିଛି ମାସ ତଳେ ମୁକ୍ତିଲାଭ କରିଥିଲା । ଯାହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନଥିଲା । ଏବିସିଡି ଚଳଚ୍ଚିତ୍ରରେ ଏଇ ତୃତୀୟ ଭାଗ ପାଇଁ ବରୁଣ ମୋଟା ଅଙ୍କର ପାଉଣା ନେଇଛନ୍ତି । ମିଳିଥିବା ଖବର ଅନୁସାରେ, ବରୁଣ ୩୩ କୋଟି ଟଙ୍କା ନେଇଛନ୍ତି । ରେମୋ ଡିସୁଜା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଆମେରିକା, କାନାଡାରେ ସୁଟିଂ ହୋଇଛି । ବରୁଣଙ୍କ ପାଉଣାଙ୍କୁ ନେଇ ଏବେ ଉଭୟ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ଚାଲିଛି । ‘ସଞ୍ଜୁ’ ଚଳଚ୍ଚିତ୍ର ପାଇଁ ରଣବୀର କପୁର ୪୦ କୋଟି ଟଙ୍କା ପାଉଣା ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ବରୁଣ ୩୩ କୋଟି ନେଇ ଖବରର ଶୀର୍ଷରେ ଅଛନ୍ତି ।