ସଲମାନ୍ କ୍ୟାଟି୍ରନାଙ୍କ ୧୬ ବର୍ଷର ବନ୍ଧୁତା

ସଲମାନ୍ କ୍ୟାଟି୍ରନାଙ୍କ ୧୬ ବର୍ଷର ବନ୍ଧୁତା

ସଲମାନ୍ କ୍ୟାଟି୍ରନାଙ୍କ ୧୬ ବର୍ଷର ବନ୍ଧୁତା
ନିକଟରେ ଏକ ସାକ୍ଷାତକାରରେ କ୍ୟାଟି୍ରନା କୈଫ କହିଛନ୍ତି ବଲିଉଡ଼ରେ ତିଷ୍ଠିବା ଆଦୌ ସହଜ ନୁହେଁ । ହେଲେ ଏଥିପାଇଁ ତାଙ୍କୁ ସାହାଯ୍ୟ କରିଥିଲେ ସଲମାନ ଓ ତାଙ୍କ ପରିବାର । ଦୁହିଁଙ୍କ ବନ୍ଧୁତା ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରାନ୍ତ କରୁଥିବା ବେଳେ ପ୍ରଥମ ଥର ସେମାନେ ଏକତ୍ର ୨୦୦୫ ରେ ‘ମେନେ ପ୍ୟାର କୁ୍ୟ କିୟାରେ ଏକତ୍ର ଅଭିନୟ କରିଥିଲେ । ଦୁହେଁ ଶେଷ ଥର ‘ଭାରତ’ରେ ଏକାଠି କାମ କରିଛନ୍ତି । କ୍ୟାଟି୍ରନା କହିଛନ୍ତି, ମଝିରେ କିଛି ବର୍ଷ ସେ ସଲମାନଙ୍କ ସହ ସମ୍ପର୍କ ରଖିନଥିଲେ । ଏହା ପଛର କାରଣ ସମସ୍ତଙ୍କୁ ଜଣା ବୋଲି ହସି ହସି କହିଛନ୍ତି । ଯେଉଁ ମୁହୂର୍ତ୍ତରେ ସେ ଅନୁଭବ କରିଥିଲେ, ସେ ଭୁଲ କରୁଛନ୍ତି ସଲମାନଙ୍କୁ ଫୋନ୍ କରିଥିଲେ । ବିନା କୌଣସି ଯୁକ୍ତିରେ ସଲମାନ ତାଙ୍କର ସବୁ କଥା ଶୁଣିବା ସହ ବନ୍ଧୁତ୍ୱର ହାତ ବଢ଼ାଇଥିଲେ । ଜଣେ ଭଲ ବନ୍ଧୁ ସଲମାନ ଦାୟିତ୍ୱବାନ ପୁଅ ମଧ୍ୟ । ମା ବାପାଙ୍କ ପାଖରେ ସେ ସବୁବେଳେ ଛାଇ ପରି ରହିଥାନ୍ତି ବୋଲି କହିଛନ୍ତି କ୍ୟାଟି୍ରନା ।