ସ୍ୱାସ୍ଥ୍ୟ-ସୌନ୍ଦର୍ଯ୍ୟ ପାଇଁ ଏସି କ୍ଷତିକାରକ

ସ୍ୱାସ୍ଥ୍ୟ-ସୌନ୍ଦର୍ଯ୍ୟ ପାଇଁ ଏସି କ୍ଷତିକାରକ

ସ୍ୱାସ୍ଥ୍ୟ-ସୌନ୍ଦର୍ଯ୍ୟ ପାଇଁ ଏସି କ୍ଷତିକାରକ
ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଉଭୟ ପାଇଁ ବାତାନୁକୂଳ ପରିବେଶ ସୃଷ୍ଟି କରାଉଥିବା ଯନ୍ତ୍ର ଏଆର କନଡିସନର ବା ସଂକ୍ଷେପରେ ଏସି କ୍ଷତିକାରକ । ତାପମାତ୍ରା ବଢ଼ିଲେ ଆଜିକାଲି ଅନେକ ଏସି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଏହା ଦ୍ୱାରା ଗରମରୁ ମୁକ୍ତି ମିଳୁଥିଲେ ହେଁ କେତେକ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟା ସୃଷ୍ଟି ହୁଏ । ପ୍ରଥମ ଏସି ଚାଲୁଥିବା ପ୍ରକୋଷ୍ଠରେ ଅଧିକା ସମୟ ରହିଲେ, ତାଜା ପବନ ମିଳେ ନାହିଁ । ଆଉ ଏଭଳି କଠୋରୀରେ ଅଧିକା ସମ୍ର ରହିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏସିର ଡକଟ ନିୟମିତ ବ୍ୟବଧାନରେ ସଫା କରାଯାଉ ନଥିଲେ ବିପଦ ବଢ଼ିଥାଏ । ଏହା ଶ୍ୱାସକ୍ରିୟା ଜନିତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା, ଜୀବାଣୁ ସଂକ୍ରମଣ ଆଦି କରାଇପାରେ । ଯେଉଁମାନେ ଅଧିକ ସମୟ ଏସି ବ୍ୟବହାର କରନ୍ତି, ସେମାନେ ଶୀଘ୍ର କ୍ଲାନ୍ତି ଅନୁଭବ କରନ୍ତି । ପୁଣି ଆବଶ୍ୟକତା ଠାରୁ ଅଧିକ ଥଣ୍ଡା, ମୁଣ୍ଡବିନ୍ଧା, ପିଠି ଦରଜ, ଗଣ୍ଠି ଯନ୍ତ୍ରଣା କାରଣ ବନିପାରେ । ଏସି ତ୍ୱାଚା ଓ କେଶର ପ୍ରାକୃତିକ ଆର୍ଦ୍ରତା ଶୋଷି ନିଏ । ଫଳରେ ସ୍ଥାୟୀ ରୁକ୍ଷତା ଦେଖାଯାଏ । ତେଣୁ ନିହାତି ଆବଶ୍ୟକ ନଥିଲେ ଏସି ବ୍ୟବହାର କରନ୍ତୁ ନାହିଁ । ତାପମାତ୍ରା ଠିକ ଯେତିକି ଦରକାର ସେତିକି ରଖନ୍ତୁ ।