ସେନସେକ୍ସରେ ୬୨୩.୩୩ ପଏଂଟ ବୃଦ୍ଧି

ସେନସେକ୍ସରେ ୬୨୩.୩୩ ପଏଂଟ ବୃଦ୍ଧି

ସେନସେକ୍ସରେ ୬୨୩.୩୩ ପଏଂଟ ବୃଦ୍ଧି
ମୁମ୍ବାଇ: ଲୋକସଭା ନିର୍ବାଚନ ପରେ ବିଜେପି ବହୁମତ ପାଇବା ପରେ ପୁଞ୍ଜି ବଜାର ଉତ୍ସାହ ଦେଖାଦେଇଛି । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନସେକ୍ସରେ ୬୨୩.୩୩ ପଏଂଟ ବୃଦ୍ଧି ଘଟି ୩୯,୪୩୪.୭୨ ପଏଂଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫଟି ୧୭୮.୧୦ ପଏଂଟ ବଢି ୧୧୮୪.୧୦ ପଏଂଟରେ ପହଂଚିଛି । ପାଖାପାଖି ୧୮୨୩ ଶେୟାରେ ବୃଦ୍ଧି ଘଟିଥିବା ବେଳେ ୬୭୬ ଶେୟାରରେ ହ୍ରାସ ଏବଂ ୧୫୦ ଶେୟାର ଅପରିବର୍ତିତ ରହିଛି । ସେନସେକ୍ସ ବଢିବା ଫଳରେ କାରବାର ଶେଷରେ ବିଏସଇରେ ପଞ୍ଜୀକୃତ କମ୍ପାନି ଗୁଡିକର ବଜାର ମୂଲ୍ୟ ଗୁରୁବାରର ୧,୫୦,୧୭,୫୭୭.୨୮ କୋଟି ଟଙ୍କାରୁ ୧,୫୨,୭୧,୯୮୧.୧୫ କୋଟି ଟଙ୍କା ବୃଦ୍ଧି ପାଇଛି । ନିବେଶକ ୨.୫୪ ଲକ୍ଷ କୋଟି ଟଙ୍କା ଧନୀ ପାଲଟିଛନ୍ତି ।