ମଧୁମେହ ଠାରୁ ଦୂରେଇ ରଖେ ଭେଣ୍ଡି ପାଣି

ମଧୁମେହ ଠାରୁ ଦୂରେଇ ରଖେ ଭେଣ୍ଡି ପାଣି

ମଧୁମେହ ଠାରୁ ଦୂରେଇ ରଖେ ଭେଣ୍ଡି ପାଣି
ଭେଣ୍ଡିରେ ଯେତିକି ପୋଷକତ୍ତତତ୍ୱ ରହିଛି, ତାହାଠାରୁ ଅଧିକ ପୋଷକତ୍ତତତ୍ୱ ଭେଣ୍ଡିପାଣିରେ ମହଜୁତ ରହିଥାଏ । କେତେ ସ୍ଥାନରେ ଏହି ପାଣିକୁ ଓକରା ୱାଟର କହନ୍ତି । ଆୟୁର୍ବେଦିକ ଚିକିତ୍ସା ଅନୁସାରେ, ଭେଣ୍ଡିପାଣିକୁ ପ୍ରତ୍ୟେକ ଦିନ ସକାଳୁ ଖାଲିପେଟରେ ସେବନ କଲେ, ଶରୀର ମେଦ କମିବା ସହ ମଧୁମେହ କମିଥାଏ । ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡିପାଣି ଇନସୁଲିନ ଭଳି କାର୍ଯ୍ୟ କରିଥାଏ । ପାଣିରେ ଭିଟାମିନ, କ୍ୟାଲସିୟମ, ଫସଫରସ , ଆଇରନ, ମ୍ୟାଗ୍ନସିୟମ ପୋଟାସିୟମ ପ୍ରଚୁର କରିମାଣରେ ରହିଥାଏ । ଏହାସହ କିଛି ପରିମାଣରେ ତମ୍ବାର ତତ୍ୱ ଏହି ପାଣିରେ ଦେଖିବାକୁ ମିଳେ । ବିଜ୍ଞାନ ଅନୁସାରେ ଭେଣ୍ଡିପାଣିରେ ଥିବା ପୋଷକତତ୍ୱ ଶରୀରରେ ଥିବା ଗ୍ଲୁକୋଜ ଝାଳ ଓ ପରିସ୍ରା ବାଟଦେଇ ବାହାରିଯାଏ ଓ ରକ୍ତରେ ଗ୍ଳୁକୋଜର ପରିମାଣ କମିଥାଏ । ଶରୀରରେ ଗ୍ଳୁକୋଜର ପରିମାଣ ବଢିଲେ ମଧୁମେହ ହୋଇଥାଏ । ତେବେ ଭେଣ୍ଡିର ପାଣି କରିବା ବହୁତ ସହଜ । ଦରକାର ଅନୁସାରେ ଭେଣ୍ଡିକୁ କାଟି ପାଣିରେ ପ୍ରାୟ ୮ରୁ ୧୦ ଘଂଟା ପକାଇ ରଖି ,ପରେ ଏହି ପାଣିରୁ ଭେଣ୍ଡି ପାଣିକୁ ବାହାର କରିଦିଅନ୍ତୁ । ବଳିଥିବା ଲାଳୁଆ ପାଣିକୁ ଭେଣ୍ଡିପାଣି କୁହନ୍ତି । ଗବେଷକଙ୍କ ମତରେ ଏହି ପାଣିକୁ ପ୍ରତ୍ୟେକ ଦିନ ପିଇବା ଶରୀର ପାଇଁ ହିତକର ।