ଏହି ଖାଦ୍ୟ ଗୁଡିକ ଭୁଲରେ ବି ଏକାଠି ଖାଆନ୍ତୁ ନାହିଁ, ପେଟରେ ହୋଇପାରେ ବିଷକ୍ରିୟା

ଏହି ଖାଦ୍ୟ ଗୁଡିକ ଭୁଲରେ ବି ଏକାଠି ଖାଆନ୍ତୁ ନାହିଁ, ପେଟରେ ହୋଇପାରେ ବିଷକ୍ରିୟା

ଏହି ଖାଦ୍ୟ ଗୁଡିକ ଭୁଲରେ ବି ଏକାଠି ଖାଆନ୍ତୁ ନାହିଁ, ପେଟରେ ହୋଇପାରେ ବିଷକ୍ରିୟା

ଖାଦ୍ୟ ହଜମ କରିବା ଶରୀର ପାଇଁ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ହୋଇଥାଏ । ଏହା ସମ୍ପାଦନ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ୨୪ରୁ ୭୨ ଘ । ନେଇପାରେ । କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହା ମିଶାଇ ଖାଇବା ଦ୍ୱାରା ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ ଫଳରେ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ । ଡକ୍ତର ମାନଙ୍କ ମତରେ ଯଦି ଦୁଇଟି ଭିନ୍ନ ଖାଦ୍ୟ, ଯାହା ଭିନ୍ନ କ୍ଟ୍ରଷ ସ୍ତର ହଜମ ହେବା ଆବଶ୍ୟକ କରେ, ସେଗୁଡିକୁ ଏକାଠି ଖାଇବା ଦ୍ୱାରା ଶରୀର ସଠିକ୍ ଭାବରେ ହଜମ କରିପାରେ ନାହିଁ । ଯେପରିକି ଫଳ ଓ ପନିପରିବା ଏକାଠି ଖାଇବା ଦ୍ୱାରା ପେଟ ବିଚଳିତ ହୋଇଥାଏ । ବାସ୍ତବରେ, ଫଳ ଗୁଡିକରେ ଅଧିକ ପରିମାଣରେ ଚିନି ରହିଥାଏ, ଯାହା ହଜମ ହେବା ପାଇଁ ବିଳମ୍ବ ହୋଇଥାଏ । ତେଣୁ ଦୁଇଟି ଭିନ୍ନ ପ୍ରକାରର ଖାଦ୍ୟ, ଯାହା ହଜମ କରିବାକୁ ସେମାନଙ୍କର ନିଜର ସ୍ଥାନ ଓ ସମୟ ଆବଶ୍ୟକ କରେ, ସେଗୁଡିକୁ ଏକାଠି ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କ୍ଷୀର ସହ କଦଳୀ ଖାଇବା ମଧ୍ୟ ଅନୁଚିତ୍ । ଏହାର ବ୍ୟବହାର ଦ୍ୱାରା ଶରୀରରେ ଚର୍ବି ସଂରକ୍ଷଣ ହୋଇ ହରମୋନ୍ ଓ ଇନସୁଲିନ୍ ବୃଦ୍ଧି ହୋଇଥାଏ । କୌଣସି ଫଳ ସହିତ ଦହି ଖାଇବା ଉଚିତ୍ ନୁହେଁ । ଏପରି ଖାଇବା ଦ୍ୱାରା ଆଲର୍ଜି ମଧ୍ୟ ହୋଇପାରେ । ଏହା ଛଡା ଅଣ୍ଡା, ମାଛ, ମାଂସ ସହ କ୍ଷୀର ଦହି ଆଦି ଖାଇବା ଓ କଦଳୀ, କିସମିସ୍ କିମ୍ବା କ୍ଷୀର ସହିତ ମୂଳା ଖାଇବା ମଧ୍ୟ ଉଚିତ୍ ନୁହେଁ ।