ତ୍ୱଚାର ସୌନ୍ଦର୍ଯ୍ୟ ବଢାଏ ବ୍ରେଡ୍‌

ତ୍ୱଚାର ସୌନ୍ଦର୍ଯ୍ୟ ବଢାଏ ବ୍ରେଡ୍‌

ଭୁବନେଶ୍ୱର: ବ୍ରେଡ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । ପ୍ରାୟ ଲୋକଙ୍କର ବ୍ରେକଫାଷ୍ଟ ରେ ସବୁବେଳେ ବ୍ରେଡ଼ ଖାଇବାକୁ ପସନ୍ଦ କରନ୍ତି । ଡ଼ାଏଟରେ ଥିବା ଲୋକେ ମଧ୍ୟ ବ୍ରେଡ଼କୁ ନିତିଦିନିଆ ଖାଦ୍ୟରେ ବ୍ୟବହାର କରନ୍ତି । ଆପଣ ବ୍ରେଡରେ ପ୍ରସ୍ତୁତ ଅନେକ ପ୍ରକାରର ଖାଦ୍ୟ ମଧ୍ୟ ଖାଇଥିବେ ନିଶ୍ଚିତ । ବ୍ରେଡ ସ୍ୟାଣ୍ଡୱିଚ୍‌ ହେଉ ଅବା ବ୍ରେଡ ପକୋଡା କିମ୍ବା ବ୍ରେଡ ପୁଡିଂ । ମିଠା ଜିନିଷରୁ ଆରମ୍ଭ କରି ରାଗ ଏବଂ ଲୁଣି ପର୍ଯ୍ୟନ୍ତ । ଆଉ ବେଳେବେଳେ ବଳି ପଡିଥିବା ବ୍ରେଡ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ବ୍ୟଞ୍ଜନ କରି ଖାଇଥାନ୍ତି । ହେଲେ କେବେ ବ୍ରେଡକୁ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରିବା ବିଷୟରେ ଜାଣନ୍ତି କି ? ବ୍ରେଡ ଆପଣଙ୍କ ତ୍ୱଚାର ସୁନ୍ଦରତା ବଢାଇବାରେ ସହାୟକ ହୋଇଥାଏ, ତାହା କ’ଣ ଆପଣ ଜାଣନ୍ତି ? ତେବେ ଆସନ୍ତୁ ଜାଣିବା ବ୍ରେଡ୍‌ରେ କିପରି ସୌନ୍ଦର୍ଯ୍ୟ ବଢାଇବେ :

ବ୍ରେଡ୍‌ର ଫାଇଦା :
ବ୍ରେଡ୍‌ ସ୍କିନର ଟ୍ୟାନିଂ କମ୍‌ କରିଥାଏ । ଏହାଛଡା ଆପଣ ଏହାକୁ ସ୍କ୍ରବିଂ ପାଇଁ ମଧ୍ୟ ବ୍ୟବହାର କରିପାରିବେ । ବ୍ରେଡରେ ଅଲଗା ଅଲଗା ଜିନିଷ ମିଶାଇ ବ୍ୟବହାର କରିପାରିବେ । ତେବେ ଆପଣଙ୍କ ତ୍ୱଚା ଅନୁଯାୟୀ ଅଲଗା ଅଲଗା ପ୍ରକାରର ଫେସପ୍ୟାକ୍‌ ପ୍ରସ୍ତୁତ କରିପାରିବେ ।

ବ୍ରେଡ ଫେସପ୍ୟାକ୍‌ :
ତ୍ୱଚାର ଟ୍ୟାନିଂ ଦୂର କରିବା ପାଇଁ କଞ୍ଚା କ୍ଷୀରରେ ବ୍ରେଡକୁ ଗୁଣ୍ଡ କରି ପକାଇ ଦିଅନ୍ତୁ । ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ । ଏହାକୁ ଚେହେରା ସହିତ ହାତରେ ଲଗାଇ ଦିଅନ୍ତୁ । ଏହା ହାଲୁକା ଭାବେ ଶୁଖିଗଲେ ହାତରେ ଛଡାଇ ସଫା କରିଦିଅନ୍ତୁ ।
ତ୍ୱଚାରେ ଉଜ୍ୱଳତା ଆଣିବା ପାଇଁ ବ୍ରେଡ୍‌ ଫେସପ୍ୟାକ ଲଗାଇବା ସମୟରେ ସେଥିରେ କିଛି ହଳଦୀ, ମହୁ ମିଶାଇ ଦିଅନ୍ତୁ । ଏହା ସହିତ ଦହି ପେଷ୍ଟ କରି ମଧ୍ୟ ଲଗାଇପାରିବେ । ଅଳ୍ପ ଉଷୁମ ପାଣିରେ ମୁହଁକୁ ସଫା କରିଦିଅନ୍ତୁ ।

ସ୍କ୍ରବିଂ ପାଇଁ :
ବ୍ରେଡ୍‌ ଉତ୍ତମ ସ୍କ୍ରବ ଭାବେ କାମ କରିଥାଏ । ତେଣୁ ବ୍ରେଡ ଗୁଣ୍ଡରେ ଆପଣ ହଳଦୀ ପାଉଡର ମିଶାଇ ମୁହଁରେ ଲଗାନ୍ତୁ ।
ସ୍କ୍ରବିଂ ପାଇଁ ଅଲଗା ଅଲଗା ପ୍ରକାରର ଜିନିଷ ବ୍ୟବହାର କରିପାରିବେ । ବ୍ରେଡ ଗୁଣ୍ଡରେ କମଳା ଚୋପା ପାଉଡର ମିକ୍ସ କରନ୍ତୁ କିମ୍ବା ଶୁଖିଲା ନିମ୍ବ ପତ୍ର ପାଉଡର ମିକ୍ସ କରି ପିଅନ୍ତୁ । ଏମିତି ଅଲଗା ଅଲଗା ପାଉଡର ମିକ୍ସ କରି ଆପଣ ଅଲଗା ଅଲଗା ସ୍କ୍ରବ ପ୍ରସ୍ତୁତ କରିପାରିବେ । ଏହା ନ୍ୟାଚୁରାଲ ସ୍କ୍ରବ ଭାବେ କାମ କରିଥାଏ ।