ମଧୁମେୟ ରୋଗୀଙ୍କ ପାଇଁ ପିଆଜ ରସ କେତେ ଲାଭଦାୟକ ଜାଣନ୍ତୁ....

ମଧୁମେୟ ରୋଗୀଙ୍କ ପାଇଁ ପିଆଜ ରସ କେତେ ଲାଭଦାୟକ ଜାଣନ୍ତୁ....

ମଧୁମେୟ ରୋଗୀଙ୍କ ପାଇଁ ପିଆଜ ରସ କେତେ ଲାଭଦାୟକ ଜାଣନ୍ତୁ....
ଡାଇବେଟିସ୍ ବା ମଧୁମେୟ ରୋଗ ସବୁଠୁ ବଡ ସମସ୍ୟା ଭାବେ ସମାଜରେ ଉଭା ହୋଇଛି । ଏହି ରୋଗ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ମଧୁମେୟ ଏମିତି ଗୋଟେ ରୋଗ ଯାହା ଏକାଧିକ ରୋଗକୁ ଜନ୍ମ ଦେଇଥାଏ । ଯଥା ହୃଦରୋଗ, କିଡନୀ ଜନିତ ରୋଗ, ଦୃଷ୍ଟି ଶକ୍ତି ହରାଇବା ଏବଂ ସ୍ନାୟୁରୋଗ । ଏହିି ରୋଗ ମଣିଷ ଶରୀରରେ ପର୍ଯ୍ୟାପ୍ତ ଇନସୁଲିନ ତିଆରି କରିପାରେ ନାହିଁ । ମଣିଷ ଶରୀରକୁ କମ୍ଜୋର କରିବା ସହିତ ଅର୍ଗାନ ଗୁଡିକୁ ମଧ୍ୟ ଅକାମୀ କରିଦେଇଥାଏ । ଏହି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ସେବନ କରିବାକୁ ହୋଇଥାଏ । ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯେଉଁଥିରେ ଆପଣ ଡାଇବେଟିସକୁ ନିୟନ୍ତ୍ରଣରେ ରଖିପାରିବେ । ଆଜି ଆମେ ଆପଣଙ୍କୁ ପିଆଜ ରସ ବିଷୟରେ କହିବୁ ଯାହା ଆପଣଙ୍କ ଶରୀରରେ ବହୁତ ଦରକାର ହୋଇଥାଏ । ଏହା ମଧ୍ୟ ଡାଇବେଟିସକୁ ନିୟନ୍ତ୍ରଣ କରିଥାଏ । ୧: ପିଆଜରେ ପୋଷକତତ୍ୱ, ଭିଟାମିନ ସି, ବି ଏବଂ ପୋଟାସିୟମ ପର୍ଯ୍ୟାପ୍ତ ମାତ୍ରାରେ ଥାଏ । ଯାହା ଶରୀର ପାଇଁ ହିତ କର ହୋଇଥାଏ । ୨: ପିଆଜ ଶରୀରରେ ସୁଗାର ଲେବୁଲ କଟେଂ୍ରାଲ କରିବା ସହିତ ହଜମ କରିବାରେ ସାହାଯ୍ୟ କରିଥାଏ । ୩: ପିଆଜରେ ଏଂଟିଅକ୍ସିଡେଂଟ ସାମିଲ ଥାଏ । ଏହା ସ୍କିନକୁ ହେଲ୍ଦି ରଖିଥାଏ । ପିଆଜ ରସ ଡାଇବେଟିସ କେଂଟ୍ରାଲ କରିବା ସହିତ ଇମିନୁ୍ୟଟି ସିଷ୍ଟମକୁ ଷ୍ଟ୍ରଙ୍ଗ କରିଥାଏ । ୪: ପିଆଜ ରସ ଓଜନ କମ କରିବା ସହିତ ସୁଗାର ଲେବଲକୁ କଂଟ୍ରୋଲ କରିଥାଏ । ପିଆଜ ରସ ପ୍ରସ୍ତୁତି ସାମଗ୍ରୀ ୨ଟି କଟା ହୋଇଥିବା ପିଆଜ ୧ କପ ପାଣି ୧ ଚାମୋଚ ଲେମ୍ବୁ ରସ ୧ ଚୁଟକି ଲୁଣ ସବୁ ସାମଗ୍ରୀକୁ ନେଇ ବ୍ଲେଣ୍ଡର ସାହାଯ୍ୟରେ ମିକ୍ସ କରିଦେବା ପରେ ଏଥିରେ ଲେମ୍ବୁ ରସ ମିଶାଇଦେବେ । ତାପରେ ଆପଣ ଏହାକୁ ସେବନ କରିପାରିବେ । ଆପଣ ଚାହିଁଲେ ମଧ୍ୟ ଏଥିରେ ଟିକେ ଲୁଣ ଏବଂ ମହୁ ମିଶାଇ ପିଇ ପାରିବେ ।