ଚୁଟି ଝଡ଼ିବାର କାରଣ ଫଙ୍ଗାଲ ଇନଫେକସନ୍

ଚୁଟି ଝଡ଼ିବାର କାରଣ ଫଙ୍ଗାଲ ଇନଫେକସନ୍

ଚୁଟି ଝଡ଼ିବାର କାରଣ ଫଙ୍ଗାଲ ଇନଫେକସନ୍
କେଶର ସଂକ୍ରମଣ ସୃଷ୍ଟି କରୁଥିବା ଫଙ୍ଗସ୍ ସାଧାରଣତଃ ବର୍ଷା ଦିନରୁ ଜନ୍ମ ନେଇଥା୍ତି । ବର୍ଷାଦି ପରେ ମଧ୍ୟ ଅନ୍ୟ ଋତୁରେ ଏହାର ପ୍ରଭାବ ଦୂର ହୋଇନଥାଏ । ଶରୀରର ଅନେକ ସ୍ଥାନରେ ଫଙ୍ଗାଲ ଇନଫେକସନ୍ ହୁଏ । ମୁଣ୍ଡରେ ମଧ୍ୟ ଦେଖାଯାଏ । ଏହା ଦ୍ୱାରା ରୁପି ହେବା ସହ ଚୁଟି ଝଡ଼ିବା କୁଣ୍ଡାଇ ହେବା, ରକ୍ତ ବାହାରିବା ଓ ଚୁଟିମୂଳ ଫୁଲିବା ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ । ଏହି ସବୁ ସମସ୍ୟାରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା । ବେକିଙ୍ଗ ସୋଡ଼ାକୁ ପାଣିରେ ମିଶାଇ ମୁଣ୍ଡରେ ୫ ମିନିଟ ମାଲିସ କରନ୍ତୁ । ଏହା ପରେ ଖାଲି ପାଣିରେ ଧୋଇ ଦିଅନ୍ତୁ । ବେକିଙ୍ଗ ସୋଡ଼ା ଫଙ୍ଗାଲର ଗତିବିଧିକୁ କମ୍ କରି ଫଙ୍ଗାଲ ଇନଫେକସନ୍ରୁ ରକ୍ଷା କରିଥାଏ । ଫଙ୍ଗାଲ ଇନ୍ଫେକସନ୍ ଦୂର କରିବା ପାଇଁ ଆପଲ ଭିନେଗାର ବ୍ୟବହାର କରିପାରିବେ । ଏହା ଜୀବାଶ୍ମ ମାରିଥାଏ । ଭିନେଗାରକୁ ପାଣିରେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । ଏହା ଦ୍ୱାରା ଫଙ୍ଗାଲ ଇନ୍ଫେକସନ୍ରୁ ମୁକ୍ତି ମିଳେ । ଫଙ୍ଗାଲ ଇନ୍ଫେକସନ୍ ସ୍ଥାନରେ ଘି କୁଅାଁରୀ ଲଗାଇ ୩୦ ମିନିଟ ଛାଡ଼ି ଦିଅନ୍ତୁ, ଖୁବ୍ ଶୀଘ୍ର ଏଥିରୁ ଆରାମ ମିଳିବ । ଅଲିଭ, ବାଦାମ ତେଲ ଓ ଟି ଟି୍ର ଅଏଲକୁ ମିଶାଇ ଫଙ୍ଗାଲ ଇନ୍ଫେକସନ୍ ପ୍ରଭାବିତ ସ୍ଥାନରେ ଲଗାଇଲେ ଆରାମ ମିଳିଥାଏ । ନିମ୍ବପତ୍ର ପେଷ୍ଟରେ ପାଞ୍ଚବୁନ୍ଦା ଲେମ୍ବୁ ରସ ଓ ହଳଦୀ ମିଶାଇ ଚୁଟି ମୂଳରେ ଲଗାନ୍ତୁ । ୩୦ ମିନିଟ୍ ପରେ ଖାଲି ପାଣିରେ ମୁଣ୍ଡ ଧୋଇ ଦିଅନ୍ତୁ, ଯଥାଶୀଘ୍ର ଇନଫେକସନରୁ ଆରାମ ମିଳିବ । ଫଙ୍ଗାଲ ଇନ୍ଫେକସନ୍ ସ୍ଥାନରେ ଦହି ମଧ୍ୟ ଲଗାଇ ପାରିବେ । ଗୋଟେ ଚାମଚ ହଳଦୀ ପେଷ୍ଟରେ ମହୁ ମିଶାଇ ଇନ୍ଫେକସନ ପ୍ରଭାବିତ ସ୍ଥାନରେ ଲଗାଇଲେ ଏଥିରୁ ମୁକ୍ତି ମିଳେ ।