ନଖ କାମୁଡିବା କେବଳ କୁ’ ଅଭ୍ୟାସ ନୁହେଁ ରୋଗର ଲକ୍ଷଣ ମଧ୍ୟ ହୋଇପାରେ
ନଖ କାମୁଡିବା କେବଳ କୁ’ ଅଭ୍ୟାସ ନୁହେଁ ରୋଗର ଲକ୍ଷଣ ମଧ୍ୟ ହୋଇପାରେ
admin
Jan 30, 2021 - 13:06
Updated: Jan 30, 2021 - 13:06
ଅନେକ ଲୋକ ଅଭ୍ୟାସ ବଶତଃ ନିଜ ନଖକୁ ଦାନ୍ତରେ କାମୁଡି ଥାଆନ୍ତି । କେତେ ଜଣ ଏହା ଏକ କୁ ଅଭ୍ୟାସ ଭାବି ଅଣଦେଖା କରିଥାଆନ୍ତି । ଅନେକ ଚେଷ୍ଟା କଲେ ଏହି କୁ ଅଭ୍ୟାସକୁ ଛାଡି ହୁଏ । ଆପଣ ମାନନ୍ତୁ କି ନ ମାନନ୍ତୁ ଏହା ଏଖ ରୋଗ ଲକ୍ଷଣ ।ଏହା ଏକ ଖରାପ ଅଭ୍ୟାସ । ଏହା ଉପରେ ବିଜୟ ପାଇଭା ବହୁ କଷ୍ଟ । ମାନସିକ ଚାପ ଯୋଗୁଁ ଅଧିକାଂଶ ଲୋକ ନଖ କାମୁଡୁଥିବା କଥା କୁହାଯାଇଛି । ଏମାନଙ୍କ ବ୍ୟବହାର ବିଷୟରେ ଆମେରିକାର ଗେବଷକମାନେ ଗବେଷଣା କରିଥିଲା । ବିଶେଷ ଭାବେ ଏମାନଙ୍କ ବ୍ୟବହାରକୁ ଅନୁଧ୍ୟାନ କରାଯାଇଥିଲା । ଯେଉଁମାନେ ନଖ କାମୁଡନ୍ତି ସେମାନେ କାର୍ୟ୍ୟକୁ ଅଧିକ ଭଲ ଭାବେ ସମାପନ କରିବା ପାଇଁ ଚେଷ୍ଟା କରିଥାଆନ୍ତି । ଏଥିପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକ ନାହିଁ । ମାନସିକ ଚାପକୁ କମ୍ କରି ଏହି ସବୁ କାର୍ୟ୍ୟ କରିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି । ଆମେରିକାନ୍ ସାଇକ୍ରାଟିକ୍ ଆସୋସିଏସନ୍ ଅନୁସାରେ ଆପଣ ନଖ କାମୁଡିଥିଲେ ଆପଣ ଏକ ପ୍ରକାର ମାନସିକ ଚାପ ବଶବର୍ତ୍ତୀ ହୋଇଯାଆନ୍ତି । ମାତ୍ର କେତକ ଲୋକଙ୍କର ଏହା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଯାଇଥାଏ । ନଖ କାମୁଡିବା ବା ଚୋବାଇବା ଭଲ ଲକ୍ଷଣ ନୁହେଁ ବୋଲି ଏହି ଗବେଷଣାରେ କୁହାଯାଇଛି । କୌଣସି ପ୍ରକାରର ଚାପ କିମ୍ବା ଖରାପ ଅଭ୍ୟାସ ହେଲେ ମଧ୍ୟ କେତକ ଲୋକ ନଖ କାମୁଡିବା ଅଭ୍ୟାସରେ ପଡି ଥଆନ୍ତି । ଏହାକୁ ତୁରନ୍ତ ତ୍ୟାଗ କରିବା ଉଚିତ୍ ବୋଲି କୁହାଯାଇଛି।