ରାତିରେ ପିଅନ୍ତୁ ଏହି ପାନୀୟ, ପାଖ ମାଡିବନି କରୋନା

ରାତିରେ ପିଅନ୍ତୁ ଏହି ପାନୀୟ, ପାଖ ମାଡିବନି କରୋନା

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଡାକ୍ତର ଓ ବୈଜ୍ଞାନିକ କହିବା କଥା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଲେ କରୋନା ବିପଦ ଅଧିକ ବଢ଼ିଯାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ ବହୁ ରୋଗରୁ ଶରୀର ସୁସ୍ଥ ହୋଇଯାଏ । ରୋଗ ପ୍ରତିରୋଧକ ଶକ୍ତି କମ ହେବା କାରଣରୁ ଆପଣ ବାରମ୍ବାର ରୋଗରେ ପଡ଼ିପାରନ୍ତି । ଏପରି ସ୍ଥଳରେ ଆଜି ଏପରି ଏକ ପାନୀୟ ବିଷୟରେ କହିବୁ ଯାହାକୁ ସେବନ କଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଓ କରୋନା ଆପଣଙ୍କ ଆଖପାଖ ବି ମାଡିବନି । କ୍ଷୀରକୁ ସମ୍ପୂର୍ଣ୍ଣ ଆହାର କୁହାଯାଏ । କାରଣ ଏଥିରେ ସମସ୍ତ ପ୍ରକାର ଜରୁରୀ ତତ୍ୱ ରହିଛି । ଏଥିରେ ଯଦି କିଛି ଔଷଧିୟ ଜିନିଷ ମିଶାଇ ଦିଆଯାଏ ତେବେ ଏହା ଦୁଇ ଗୁଣା ଲାଭ ଦେଇଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ । ଏହି କ୍ଷୀରକୁ ରାତିରେ ଶୋଇବା ପୂର୍ବରୁ ସେବନ କରିବା ଦରକାର । ଫଳରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ । ତେବେ ଜାଣିବା କ୍ଷୀରରେ ପ୍ରସ୍ତୁତ ଏହି ଔଷଧକାରୀ ପାନୀୟ ବିଷୟରେ । ଏହି ପାନୀୟ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ କ୍ଷୀର, ୧୦ଟି ବାଦାମ, ୩ଟି ଖଜୁରୀ, ୩ ଚିମୁଟା ହଳଦୀ ଗୁଣ୍ଡ, ୨ ଚିମୁଟା ଡାଲଚିନି ଗୁଣ୍ଡା, ୧ ଚିମୁଟା ଗୁଜୁରାତି ଗୁଣ୍ଡ, ଦେଶୀ ଘିଅ ୧ ଚାମଚ ଓ ମହୁ ୧ ଛୋଟି ଚାମଚ ନିଅନ୍ତୁ । ପ୍ରଥମେ ୧୦ଟି ବାଦାମକୁ ରାତିରେ ପାଣିରେ ବତୁରାଇ ରଖନ୍ତୁ । ସକାଳେ ଉକ୍ତ ବାଦାମର ଚୋପା ଛଡ଼ାଇ ଦିଅନ୍ତୁ । ଖଜୁରୀର ମଞ୍ଜି ବି ବାହାର କରି ଦିଅନ୍ତୁ । ପରେ ବାଦାମ ଓ ଖଜୁରୀକୁ ମିଶାଇ ଏକ ପେଷ୍ଟ ତିଆରି କରି ଦିଅନ୍ତୁ । ପରେ ଗୋଟିଏ ଗ୍ଲାସ ଗରମ କ୍ଷୀରରେ ଉକ୍ତ ପେଷ୍ଟକୁ ମିଶାଇ ଦିଅନ୍ତୁ । ପରେ ସେଥିରେ ହଳଦୀ ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ ୧ ଚାମଚ ଘିଅ ଓ ମହୁ ମିଶାଇ ଗୋଳାଇ ଦିଅନ୍ତୁ । ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ ।