ଶୀତ ଦିନେ ତ୍ୱଚାକୁ ଯତ୍ନ ରଖିବାକୁ ହେଲେ ଏହା କରନ୍ତୁ

ଶୀତ ଦିନେ ତ୍ୱଚାକୁ ଯତ୍ନ ରଖିବାକୁ ହେଲେ ଏହା କରନ୍ତୁ

ଶୀତ ଦିନେ ତ୍ୱଚାକୁ ଯତ୍ନ ରଖିବାକୁ ହେଲେ ଏହା କରନ୍ତୁ
ଶୀତଦିନେ ମଏଶ୍ଚରାଇଜର ନିୟମିତ ଲଗାଇବା ସତ୍ତ୍ୱେ ତ୍ୱଚା ଶୁଷ୍କ ହେବା ସମସ୍ୟା ଦେଖାଯାଏ । ଏଇ ପରିସ୍ଥିତିରେ ଘରୋଇ ଉପଚାର କରିବା ତ୍ୱଚା ପାଇଁ ଉପକାରୀ । ଖାଦ୍ୟପାନୀୟ ବାବଦରେ ମଧ୍ୟ କେତୋଟି ସତର୍କତା ପାଳନ କରିବା ଭଲ । ଶୁଷ୍କ ତ୍ୱଚା ପାଇଁ ଏବେ ଘରୋଇ ଫେସପ୍ୟାକ ଲଗାଇଲେ ଲାଭ ମିଳେ । ୧ ଚାମଚ ଚାଉଳ ଅଟା, ୧ ଚାମଚ ବେସନ, ୨ଟା ଚାମଚ ଦହି, ୪-୫ ବୁନ୍ଦା ନଡିଆ ତେଲ ମିଶାଇ ତ୍ୱଚାରେ ୧୫ ମିନିଟ ପାଇଁ ଲଗାଇବେ । ପରେ ନଖ ଉଷୁମ ପାଣିରେ ଧୋଇ ଏ ମଏଶ୍ଚରାଇଜର ଲଗାଇଲେ ତ୍ୱଚାକୁ ପୋଷଣ ମିଳେ । ଅଲିଭ ତେଲ ୨ ଚାମଚରେ ମୁଲତାନି ମାଟି ଓ ଗୋଲାପଜଳ ଅଧ ଚାମଚ ମିଶାଇ ନେବେ । ମୁହଁ ହାତ ଓ ପାଦରେ ଲଗାଇ ଶୁଖିବା ପରେ ଏଇ ପ୍ୟାକ ଧୋଇନେବେ । ଶୀତ ଦିନରେ ଏହି ପ୍ୟାକ ତ୍ୱଚା ଶୁଷ୍କତାରୁ ରକ୍ଷା ମିଳେ । ମହୁ ତ୍ୱଚା ପାଇଁ ପ୍ରାକୃତିକ ମଏଶ୍ଚରାଇଜର ଭଳି କାମ କରେ । ବେସନ ଚିମୁଟାଏ ହଳଦୀ, ମହୁ, ଚନ୍ଦନ ପାଉଡରକୁ ଭଲରେ ମିଶାଇ ମୁହଁରେ ଲଗାଇବେ । ସପ୍ତାହକୁ ୨ ଥର ଏହି ପ୍ୟାକ ଲଗାଇଲେ ତ୍ୱଚାରେ ଚମକ ଆସିବା ସହ ବ୍ରଣ ଦାଗ ମଧ୍ୟ ଦୂର ହୋଇଥାଏ ।