ତ୍ୱଚାକୁ ଦାଗମୁକ୍ତ କରିବ ନମ୍ବପତ୍ର
ତ୍ୱଚାକୁ ଦାଗମୁକ୍ତ କରିବ ନମ୍ବପତ୍ର
ଭୁବନେଶ୍ୱର: ସବୁ ଦିନ ଅପେକ୍ଷା ବର୍ଷା ଦିନରେ ନିଜ ସ୍କିନ ପ୍ରତି ଟିକିଏ ଅଧିକ ସଚେତନ ରହିବା ଆବଶ୍ୟକ । ବର୍ଷାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ତେବେ ବର୍ଷା ଦିନର ଏହି ତ୍ୱଚା ସମସ୍ୟା ଦୂରକରି ସୁନ୍ଦରତା ବଢ଼ାଇବା ପାଇଁ ନିମ୍ବପତ୍ର ବ୍ୟବହାର କରନ୍ତୁ । ତେବେ ଆସନ୍ତୁ ଜାଣିବା କିପରି ବ୍ୟବହାର କରିବେ ନିମ୍ବପତ୍ର?
- ତ୍ୱଚାରେ ଥିବା କଳାଦାଗ ଦୂରକରିବା ପାଇଁ ନିମ୍ବପତ୍ରରେ ଟୋନର ତିଆରି କରିପାରିବେ । ଏଥିପାଇଁ ନିମ୍ବପତ୍ରକୁ ପାଣିରେ ଭଲଭାବେ ସିଝାଇ ଦିଅନ୍ତୁ । ଥଣ୍ଡା ହେବା ପରେ ତୁଳାରେ ଏହି ପାଣିକୁ ରାତିରେ ମୁହଁରେ ଲଗାନ୍ତୁ ।
- ନିମ୍ବ ଫେସ୍ ପ୍ୟାକ୍ ଲଗାଇ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇପାରିବେ । ଏଥିପାଇଁ ନିମ୍ବପତ୍ରକୁ ବାଟି ସେଥିରେ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଏହି ଫେସ୍ ପ୍ୟାକ୍କୁ ମୁହଁରେ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ତା’ପରେ ଧୋଇଦିଅନ୍ତୁ ।
-ତ୍ୱଚାରେ ବ୍ରଣ ନ ହେବା ପାଇଁ ବି ନିମ୍ବପତ୍ରକୁ ଲଗାଇପାରିବେ । ନିମ୍ବପତ୍ରକୁ ବାଟି ସେଥିରେ ହଳଦୀ ମିଶାଇ ଫେସ୍ ପ୍ୟାକ୍ ତିଆରି କରନ୍ତୁ । ଏହି ପ୍ୟାକ୍ ମୁହଁରେ ଲଗାଇ ୨୦ ମିନିଟ୍ ପରେ ଧୋଇଦିଅନ୍ତୁ । କିଛିଦିନ ପରେ ବ୍ରଣ ହେବ ନାହିଁ ।
-ତ୍ୱଚା ଅତ୍ୟଧିକ ତୈଳାକ୍ତ ହୋଇଥିଲେ ନିମ୍ବପତ୍ର ପ୍ୟାକ୍ ଲଗାନ୍ତୁ । ଏହି ପ୍ୟାକ୍ ତିଆରି କରିବା ପାଇଁ ନିମ୍ବପତ୍ରକୁ ବାଟି ସେଥିରେ ମୁଲତାନୀ ମାଟି ଓ ମହୁ ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍ ପରେ ଧୋଇଦିଅନ୍ତୁ । ଏହି ପ୍ୟାକ୍ ଲଗାଇଲେ କିଛିଦିନ ପରେ ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ପାଇବ ।