ଯକୃତକୁ ସୁସ୍ଥ ରଖିବ ନୂତନ ଯନ୍ତ୍ର
ଯକୃତକୁ ସୁସ୍ଥ ରଖିବ ନୂତନ ଯନ୍ତ୍ର
admin
Jan 18, 2020 - 09:37
Updated: Jan 18, 2020 - 09:37
ଉନ୍ନତ ଚିକିତ୍ସା ଓ ଔଷଧ ସହାୟତାରେ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ଏବେ ହୋଇପାରୁଛି । ଯକୃତ ରୋଗର ଚିକିତ୍ସା ନିମନ୍ତେ ଗବେଷକ ଦଳ ଏକ ଉନ୍ନତମାନର ଯନ୍ତ୍ର ନିର୍ମାଣ କରିଛନ୍ତି । ସୁଇଜରଲ୍ୟାଣ୍ଡ କମ୍ପାନୀ ଇଟିଏମ୍ର ବିଶେଷଜ୍ଞ ଦଳ ବହୁ ବର୍ଷ ଚେଷ୍ଟା କରିବା ପରେ ଶେଷରେ ଯକୃତ ସୁସ୍ଥତା ନିମନ୍ତେ ଏକ ଯନ୍ତ୍ର ତିଆରି କରିଥିବାର ପ୍ରକାଶ । ଯକୃତ କର୍କଟ ହେଉ କିମ୍ବା ଯକୃତ ସମ୍ବନ୍ଧୀୟ ଅନ୍ୟ କୌଣସି ରୋଗରେ ସରଳ ଉପଚାର ଏଇ ଯନ୍ତ୍ର ମାଧ୍ୟମରେ ହୋଇପାରିବ । ଅତି ଜଟିଳ ପରିସ୍ଥିତିରେ ଶରୀରରୁ ଯକୃତକୁ ବାହାର କରାଯାଇ ଏହି ଯନ୍ତ୍ର ସହାୟତାରେ ଜୀବନ୍ତ ରଖାଯାଇପାରିବ ବୋଲି ଗବେଷକ ମୁଖ୍ୟ ପ୍ରକାଶ କରିଛନ୍ତି । ‘ନେଚର ବାୟୋଟେକ୍ନୋଲୋଜି’ ନାମକ ବିଜ୍ଞାନ ପତିକ୍ରାରେ ଯନ୍ତ୍ର ସମ୍ପର୍କିତ ସବିଶେଷ ତଥ୍ୟ ଉଲ୍ଲେଖ ହୋଇଛି । ବୈଜ୍ଞାନିକ, ଡାକ୍ତର ଓ ଇଞ୍ଜିନିୟରଙ୍କ ମିଳିତ ଚେଷ୍ଟାରେ ‘ଯକୃତ ଯନ୍ତ୍ର’କୁ ତିଆରି କରାଯାଇଛି ।