ପରାଜୟ ଧାରା ଭାଙ୍ଗିଲା ଓଡ଼ିଶା ଏଫସି

ପରାଜୟ ଧାରା ଭାଙ୍ଗିଲା ଓଡ଼ିଶା ଏଫସି

ପରାଜୟ ଧାରା ଭାଙ୍ଗିଲା ଓଡ଼ିଶା ଏଫସି
ଭୁବନେଶ୍ୱର: ଚଳିତ ଆଇଏସଏଲରେ ଲଗାତାର ୪ ମ୍ୟାଚ ହାରିବା ପରେ ଓଡ଼ିଶା ଏଫସି ମଙ୍ଗଳବାର ଏହି ଧାରା ଭାଙ୍ଗିଛି । ନର୍ଥଇଷ୍ଟ ୟୁନାଇଟେଡ ଏଫସି ବିପକ୍ଷ ମ୍ୟାଚକୁ ଦଳ ୨-୨ ଗୋଲରେ ଅମୀମାସିଂତ ରଖିବାକୁ ସକ୍ଷମ ହୋଇଛି । ଫଳରେ ଉଭୟ ଦଳ ୧-୧ ପଏଣ୍ଟ ବାଣ୍ଟି ନେଇଛନ୍ତି । ଓଡ଼ିଶା ଏଫସି ୭ ମ୍ୟାଚ ଖେଳି ୫ମ ପରାଜୟ ୨ ଅମୀମାସିଂତରୁ ୨ ପଏଣ୍ଟ ପାଇ ଟେବୁଲର ଶେଷ ସ୍ଥାନରେ ଏବଂ ନର୍ଥ ଇଷ୍ଟ (୮ ମ୍ୟାଚ, ୨ ବିଜୟ, ୫ ଅମୀମାସିଂତ, ୧ ପରାଜୟ) ୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି । ମ୍ୟାଚର ୨୩ତମ ମିନିଟରେ ଡିଏଗୋ ମୌରିସିଓଙ୍କ ଗୋଲରେ ଓଡ଼ିଶା ଏଫସି ପ୍ରାରମ୍ଭିକ ଅଗ୍ରଣୀ ହୋଇଥିଲା ।