ପୁଲିସ ବେଶରେ ଲୁଟେରା

ପୁଲିସ ବେଶରେ ଲୁଟେରା

ପୁଲିସ ବେଶରେ ଲୁଟେରା
ଚନ୍ଦ୍ରଶେଖରପୁର: ଆମେ କ୍ରାଇମବ୍ରାଞ୍ଚ ଇନ୍ସିପେକ୍ଟର । ଆପଣ କାହିଁକି ଏତେ ଗହଣା ପିନ୍ଧି ବାହାରେ ବୁଲୁଛନ୍ତି । ସହରରେ କେମିତି ଲୁଟପାଟ ଚାଲିଛି, ଜାଣିନାହାନ୍ତି କି? ଆଗରେ ଲୁଟେରା ଛକି ବସିଛନ୍ତି । ଗହଣା ଛଡ଼ାଇ ନେବେ । ସବୁ ସୁନା ଓହ୍ଲାଇ ଏଠି ରଖିଦିଅନ୍ତୁ । ଆମକୁ ସହଯୋଗ କରନ୍ତୁ । ଆପଣଙ୍କ ସୁନାଗହଣା ସୁରକ୍ଷିତ ରହିବ । ଆପଣଙ୍କୁ ପୁଲିସ ପରିଚୟ ଦେଇ କେହି ଏମିତି ପରାମର୍ଶ ଦେଉଛି କି । ସାବଧାନ ଏମାନେ ପୁଲିସ ବେଶରେ ପେସାଦାର ଲୁଟେରା । ଏମାନଙ୍କ କଥାରେ ଆଦୌ ବିଶ୍ୱାସ କରନ୍ତୁନି । କିମ୍ବା ପାଖ ଥାନା କିମ୍ବା ଡାଏଲ ୧୦୦ ସହାୟତା ନିଅନ୍ତୁ । ରାଜଧାନୀରେ ଆରମ୍ଭ ହୋଇଥିବା ଲୁଟେରାଙ୍କ ନୂଆ ତରିକା ନେଇ ସଚେତନ କରାଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଶ୍ରୀ ଦାଶ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି ଯେ ଇନଫୋସିଟି ଥାନା କାନନ ବିହାର ପେଟ୍ରୋଲ ପମ୍ପ ସାମ୍ନାରେ ଏମିତି ତରିକାରେ ଜଣେ ବୃଦ୍ଧ ଦାମ୍ପତିଙ୍କଠାରୁ ସୁନା ଚେନ ଏବଂ ମୁଦି ଲୁଟ ହୋଇଛି । ପଟିଆରେ ରହୁଥିବା ବୃଦ୍ଧଙ୍କ ପୁଅ ବିଶ୍ୱଜିତ ଆଚାର୍ଯ୍ୟ ଏ ନେଇ ଥାନାରେ ଏତଲା ଦେଇଛନ୍ତି । ଦୁଇ ଜଣେ ଲୁଟେରା ହିନ୍ଦୀରେ କଥାବାର୍ତ୍ତା ହେଉଥିବା ଏତଲାରେ ଦର୍ଶାଯାଇଛି । ଏଭଳି ଲୁଟର ତାଲିକା ପୂର୍ବରୁ ରାଉରକେଲା, ପୁରୀ, କଟକ, ବ୍ରହ୍ମପୁରରେ ଦେଖିବାକୁ ମିଳିଛି ।