୧୫ରେ ନିତି ଆୟୋଗ ବୈଠକ

୧୫ରେ ନିତି ଆୟୋଗ ବୈଠକ

୧୫ରେ ନିତି ଆୟୋଗ ବୈଠକ
ନୂଆଦିଲ୍ଲୀ: ଜୁନ ୧୫ରେ ନିତି ଆୟୋଗର ପରିଚାଳନା ପରିଷଦ ପଚଂମ ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ବୈଠକରେ ଜଳ ପରିଚାଳନା, କୃଷି ଓ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ । ନୀତି ଆୟୋଗର ପରିଚାଳନା ପରିଷଦରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳ, ବହୁ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି । ନୂତନ ମୋଦୀ ସରକାର ଦାୟିତ୍ୱ ନେବାପରେ ନୀତି ଆୟୋଗ ପରିଚାଳନା ପରିଷଦର ଏହା ହେବ ପ୍ରଥମ ବୈଠକ ।