ଆଙ୍ଗୁଠି କାଟିଲେ ବିଏସପି ସମର୍ଥକ

ଆଙ୍ଗୁଠି କାଟିଲେ ବିଏସପି ସମର୍ଥକ

 ଆଙ୍ଗୁଠି କାଟିଲେ ବିଏସପି ସମର୍ଥକ
ଲକ୍ଷ୍ନୌ : ସମାଜ ପାର୍ଟି (ବିଏସ୍‌ପି) ର ଜଣେ ସମର୍ଥକ ଭୁଲରେ ବିଜେପିକୁ ଭୋଟ୍‌ ଦେଇଦେବାରୁ ନିଜ ଅଙ୍ଗୁଳି କାଟିଦେଇଛନ୍ତି । ବୁଲନ୍ଦସର୍‌ ଅନ୍ତର୍ଗତ ଶିକରପୁର ଅଞ୍ଚଳର ଏକ ବୁଥ୍‌ରେ ଏହି ଘଟଣା ଘଟିଛି । ପରିବାର ଲୋକେ ଯୁବକଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କ ଚିକିତ୍ସା କରିଥିଲେ । ମିଳିଥିବା ସୂଚନା ଅନୁସାରେ କୋତାବଳୀ ସଂସଦୀୟ କ୍ଷେତ୍ରରେ ଆସୁଥିବା ଗାଁ ଅବଦୁଲ୍ଲାପୁର ହୁଲାସନ ଗାଁର ନିବାସୀ ପବନ କୁମାର ବିଏସପିର ସମର୍ଥକ । ଗୁରୁବାର ସେ ଭୋଟ ଦେବା ପାଇଁ ସେ ଗାଁରେ ଥିବା ମତଦାନ କେନ୍ଦ୍ରକୁ ଯାଇଥିଲେ । ମତଦାନ ସମୟରେ ତରତର ହୋଇ ସେ ନିଜ ମନ ପସନ୍ଦ ଦଳର ଚିହ୍ନ ହାତୀ ବଦଳରେ ବିଜେପିର ଚିହ୍ନ ପଦ୍ନ ଫୁଲରେ ଭୋଟ ଦେଇଥିଲେ । ପବନ କହିଛନ୍ତି ଯେ ମତଦାନ କରିବା ପରେ ନିଜ ଭୁଲ ପାଇଁ ଦୁଖି ହେଲେ ଏବଂ ଘରେ ପହଞ୍ଚି ନିର୍ବାଚନ କାଳି ଲାଗିଥିବା ଆଙ୍ଗୁଠିକୁ କାଟିଲେ । ଏହାପରେ ସେ ଯନ୍ତ୍ରଣାରେ ପାଟି କରିଥିଲେ. ଏହା ଶୁଣି ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ । ଯେଉଁଠାରେ ତାଙ୍କ ଚିକିତ୍ସା କରାଯାଇଥିଲା ।