ଚିଲିକାକୁ ବିକ୍ରି କରିଦେବାକୁ ଉଦ୍ୟମ କରୁଥିଲା ବିଜେପି : ନବୀନ
ଚିଲିକାକୁ ବିକ୍ରି କରିଦେବାକୁ ଉଦ୍ୟମ କରୁଥିଲା ବିଜେପି : ନବୀନ
admin
Apr 19, 2019 - 07:42
Updated: Apr 19, 2019 - 07:42
ଭୁବନେଶ୍ୱର: ଚିଲିକା ନିର୍ବାଚନୀ ସଭାରୁ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଲିକାରେ ଜନସଭାକୁ ସଂବୋଧିତ କରି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଚିଲିକାକୁ କେନ୍ଦ୍ର ବିକି ଦେବାକୁ ଉଦ୍ୟମ କରୁଥିଲା । କିନ୍ତୁ ଏହି ଚକ୍ରାନ୍ତକୁ ଅଟକାଇଛି ବିଜେଡି । ମତ୍ସଜୀବୀଙ୍କ ଦାନାରେ ଧୂଳି ଦେବାକୁ ବସିଥିଲେ । ଚିଲିକା ହେଉଛି ଆମର ମା । ଓଡିଶାର ଗୌରବ । ସେ ଥିବା ପର୍ଯ୍ୟନ୍ତ ଚିଲିକାରେ କ୍ଷତି ଦେବାକୁ ଦେବିନି । ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି । ମୁଁ ଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ୱାର୍ଥ ନଷ୍ଟ ହେବାକୁ ଦେବି ନାହିଁ । ମୁଁ ବଞ୍ଚିଥିବା ଯାଏଁ ଚିଲିକାର କ୍ଷତି ହେବାକୁ ଦେବିନି । ମୁଁ ସବୁ ବେଳେ ଆପଣଙ୍କ ସହ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା କେନ୍ଦ୍ର ସରକାର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ମୁଁ ଥିବା ଯାଏଁ କାଳିଆକୁ କେହି ବନ୍ଦ କରିପାରିବେନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ସେହିପରି କୋଷ୍ଟାଲ ହାଇୱେରେ ଆମେ ନୂଆ ରାସ୍ତା ଚାହୁଁଛୁ । କେନ୍ଦ୍ର ପୁରୁଣା ରାସ୍ତା ଉପରେ କୋଷ୍ଟାଲ ହାଇୱେ ଚାହୁଁଛି । ଆମେ ଲୋକଙ୍କ ସ୍ୱାର୍ଥ ଦେଖିବା ନା କଣ୍ଟ୍ରାକ୍ଟରଙ୍କର ସ୍ୱାର୍ଥ ଦେଖିବା ବୋଲି ନବୀନ ପ୍ରଶ୍ନ କରିଛନ୍ତି । ମୁଁ ଥିବା ଯାଏଁ ଆପଣଙ୍କ ସ୍ୱାର୍ଥ ନଷ୍ଟ ହେବାକୁ ଦେବି ନାହିଁ ବୋଲି ନବୀନ କହିଛନ୍ତି ।
ଏଥିସହ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ ।