ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଆଦିବାସୀ ନୁହନ୍ତି

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଆଦିବାସୀ ନୁହନ୍ତି

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଆଦିବାସୀ ନୁହନ୍ତି
ରାୟପୁର : ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ଆଦିବାସୀ ନୁହନ୍ତି । ଛତିଶଗଡ଼ ହାଇକୋର୍ଟଙ୍କ ନିଦେ୍ର୍ଧଶରେ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହି ରିପୋର୍ଟ ପ୍ରଦାନ କରିଛି । ଶ୍ରୀ ଯୋଗୀ ତଫସିଲଭୁକ୍ତ ଜନଜାତିର ସଦସ୍ୟ ହେବା ପାଇଁ ଯୋଗ୍ୟ ନୁହଁନ୍ତି । ଏବଂ ତାଙ୍କଠାରୁ ଏହି ଜାତିଗତ ପ୍ରମାଣପତ୍ର ପ୍ରତ୍ୟାହାର କରି ନିଆଯିବା ଉଚିତ ବୋଲି ସଚିବ ଡି ଡି ସିଂହଙ୍କ ।ନେତୃତ୍ୱରେ ଗଠିତ କମିଟି କହିଛି । ଦୁଇ ଦଶନ୍ଧି ଧରି ନିଜକୁ ଆଦିବାସୀ ବୋଲି ପ୍ରମାଣ କରି ଆଦିବାସୀ ଆସନରୁ ଲଢ଼ି ଆସୁଥିବା ଶ୍ରୀ ଯୋଗୀଙ୍କ ପାଇଁ ଏହି ରିପୋର୍ଟ ଏକ ବଡ଼ ଝଟକା ସଦୃଶ ହୋଇଛି । ଛତିଶଗଡ଼ ଏସସି, ଏସଟି ଏବଂ ଅନ୍ୟ ପଛୁଆ ବର୍ଗ ନିୟମ ୨୦୧୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଳାସପୁର ଜିଲ୍ଲାପାଳଙ୍କୁ କମିଟି ନିଦେ୍ର୍ଧଶ ଦେଇଛି । ଏଥିସହିତ ତାଙ୍କଠାରୁ ସମସ୍ତ ଆଦିବାସୀ ପ୍ରମାଣ ପତ୍ର ପ୍ରତ୍ୟାହାର ଲାଗି ଜଣେ ଡିଏସପି ର୍ୟାଙ୍କର ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । କଂଗ୍ରେସ ଛାଡ଼ି ଛତିଶଗଡ ଜନତା କଂଗ୍ରେସ ଗଠନ କରିଥିବା ଶ୍ରୀ ଯୋଗୀ ଏବେ ମାରୱାହି ସଂରକ୍ଷିତ ଆସନରୁ ବିଧାୟକ ଅଛନ୍ତି । ଆଦିବାସୀଙ୍କ ପାଇଁ ସଂରକ୍ଷିତ ଏହି ଆସନ ତାଙ୍କଠାରୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି ।