୨୦ ପରେ ଓଡିଶା ଛୁଇଁବ ମୌସୁମୀ

୨୦ ପରେ ଓଡିଶା ଛୁଇଁବ ମୌସୁମୀ

୨୦ ପରେ  ଓଡିଶା ଛୁଇଁବ ମୌସୁମୀ
ଭୁବନେଶ୍ୱର: କେରଳ ମୌସୁମୀ ଛୁଇଁଥିଲେ ମଧ୍ୟ ଆଜି ଯାଏ ଓଡିଶାରେ ଛୁଇଁଲା ନାହିଁ । ଓଡିଶାର ଲୋକମାନେ ମୌସୁମୀକୁ ଚାତକ ଭଳି ଚାହିଁ ବସିଛନ୍ତି । ପ୍ରତି ବର୍ଷ ରଜ ଭିତରରେ ମୌସୁମୀ ଆସିଥାଏ । ଏବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେବାକୁ ଲାଗିଛି । ୨୦ରୁ ୨୨ ଭିତରରେ ମୌସୁମୀ ବାୟୁ ଓଡିଶା ଛୁଇଁବା ସମ୍ଭାବାନା ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି ଯେ ୨୦ରୁ ୨୨ ଭିତରରେ ଦକ୍ଷିଣ ଓଡିଶା ଛୁଇଁପାରେ ମୌସୁମୀ । ୨୦ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ପ୍ରଭାବରେ ଓଡିଶାକୁ ମୌସୁମୀ ଆସିବାକୁ ସହାୟକ ହେବ ।