ବାରବାଟୀ ମ୍ୟାଚ ପାଇଁ ଆଡ୍‌ଭାଇଜରୀ ଜାରି

ବାରବାଟୀ ମ୍ୟାଚ ପାଇଁ ଆଡ୍‌ଭାଇଜରୀ ଜାରି

ବାରବାଟୀ ମ୍ୟାଚ ପାଇଁ ଆଡ୍‌ଭାଇଜରୀ ଜାରି
କଟକ - ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ମ୍ୟାଚକୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଶନିବାର ଅଭ୍ୟାସ ପାଇଁ ଶନିବାର ବାରବାଟୀ ଷ୍ଟାଡିୟମରେ ଇଣ୍ଡିଆ ଟିମ୍ ପହଞ୍ଚିଛି। କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବସ୍ ଯୋଗେ ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ପହଞ୍ଚିଲା ପରେ ଅଭ୍ୟାସ ଆରମ୍ଭ କରିଛି। ଅପରାହ୍ନ ୧ଟା ପର୍ୟ୍ୟନ୍ତ ଟିମ୍ ଇଣ୍ଡିଆ ଅଭ୍ୟାସ କରିବ। ଏହା ପରେ ୱେଷ୍ଟଇଣ୍ଡିଜ ଟିମ୍ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଅଭ୍ୟାସ କରିବ। ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ପାଇଁ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଡ୍‌ଭାଇଜରୀ ଜାରି କରିଛନ୍ତି। କେଉଁ ଗ୍ୟାଲେରୀରେ ପହଞ୍ଚିବା ପାଇଁ କେତେ ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ ଏନେଇ ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ନୂଆ ଓ ପୁରୁଣା ପାଭିଲିୟନ୍ ଓ ପ୍ରେସ୍ ବକ୍ସକୁ ଯିବା ପାଇଁ ଗେଟ୍ ନମ୍ବର ୧ ଦେଇ ଯିବାକୁ ପଡ଼ିବ। ସେହିପରି ଗ୍ୟାଲେରୀ ୫କୁ ଯିବା ପାଇଁ ଗେଟ୍ ନମ୍ବର ୨, ସ୍ପେଶାଲ ଏନ୍‌କ୍ଲୋଜରରେ ପହଞ୍ଚିବା ପାଇଁ ୩ ନମ୍ବର ଗେଟ୍, ଗ୍ୟାଲେରୀ ୬ ପାଇଁ ୪ ନମ୍ବର ଗେଟ୍ ଏବଂ ସ୍ପେଶାଲ୍‌ ଏନ୍‌କ୍ଲୋଜର୍‌ ବ୍ଲକ୍‌ ‘ଈ’ ପାଇଁ ୫ ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ। ଏତତ୍ ବ୍ୟତୀତ ଗ୍ୟାଲେରୀ ୧ ପାଇଁ ୯ ନମ୍ବର ଗେଟ୍, ଗ୍ୟାଲେରୀ ୨ ପାଇଁ ୧୦ ନମ୍ବର ଗେଟ୍, ଗ୍ୟାଲେରୀ ୩ ପାଇଁ ଗେଟ୍ ନମ୍ବର ୧୨ ଓ ଗ୍ୟାଲେରୀ ୪ ପାଇଁ ୧୩ ନମ୍ବର ଗେଟ୍‌ରେ ଦର୍ଶକଙ୍କୁ ଯିବା ପାଇଁ ନିର୍ଦ୍ଦେଶ ରହିଛି। ଖାଲି ଏତିକି ନୁହେଁ ବାରବାଟୀରେ ପୁଲିସ୍‌ ହେଲ୍‌ପ୍‌ ଡେସ୍କ ମଧ୍ୟ ରହିବ। ଆବଶ୍ୟକ ପଡିଲେ ଦର୍ଶକମାନେ ସାହାଯ୍ୟ ଦେଇ ପାରିବେ। ଷ୍ଟାଡିୟମ ସୁରକ୍ଷା ପାଇଁ ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।