ଆଇଏସଏଲ : ବେଙ୍ଗାଲୁରୁର ଦ୍ୱିତୀୟ ବିଜୟ

ଆଇଏସଏଲ : ବେଙ୍ଗାଲୁରୁର ଦ୍ୱିତୀୟ ବିଜୟ

ଆଇଏସଏଲ : ବେଙ୍ଗାଲୁରୁର ଦ୍ୱିତୀୟ ବିଜୟ
ଗୋଆ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗିତାରେ ରବିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା । ତିଲକ ମୈଦାନରେ ନର୍ଥଇଷ୍ଟ ୟୁନାଇଟେଡ ଏବଂ ଚେନ୍ନାୟିନ ଏଫସି ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଗୋଲ ଶୂନ୍ୟ ଅମୀମାସିଂତ ରହିଥିଲା । ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟି ନେଇଥିଲେ । ଏହି ମ୍ୟାଚରୁ ୧ ପଏଣ୍ଟ ପାଇ ନର୍ଥଇଷ୍ଟ ୟୁନାଇଟେଡ (୧୦) ଅପରାଜେୟ ରହିବା ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଅନ୍ୟ ପକ୍ଷରେ ଚେନ୍ନାୟିନ (୫) ଅଷ୍ଟମରେ ରହିଛି । ବେଙ୍ଗାଲୁରୁ ଏଫସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ୬ ଗୋଲ ଦେଖିବାକୁ ମିଳିଥିଲା । ବେଙ୍ଗାଲୁରୁ ୪ ଗୋଲ କରି ଜିତିଥିଲା ବେଳେ କେବଳ ବ୍ଲାଷ୍ଟର୍ସ ୨ ଟି ଶୁଝିବାକୁ ସକ୍ଷମ ହୋଇଥିଲା । ବେଙ୍ଗାଲୁରୁର ସ୍ଲେଇଟନ ସିଲଭା (୨୯) ମିନିଟ, କି୍ରଷ୍ଟି୍ରଆନ ଓପସେଠ (୫୧)ମିନିଟ, ଦିମାସ ଡିଗାଡୋ (୫୩ ମିନିଟ) ଓ ସୁନିଲ ଛେତ୍ରୀ (୬୫ ମିନିଟ) ଏବଂ କେରଳ ରାହୁଲ ଜାନୋଲି ପ୍ରବୀଣ (୧୭ ମିନିଟ), ଭିସେଣ୍ଟ ଗୋମଜେ (୬୧ ମିନିଟ)ଗୋଲ ସ୍କୋର ରହିଥିଲେ । ଏହି ବିଜୟ ସହ ବେଙ୍ଗାଲୁରୁ (୯ ପଏଣ୍ଟ) ଚତୁର୍ଥକୁ ଉଠିଥିବା ବେଳେ କେରଳ (୨ପଏଣ୍ଟ) ନବମ ସ୍ଥାନରେସ୍ଥିର ରହିଛି ।