ଭାରତ-ବାଂଲା ଟକ୍କର

ଭାରତ-ବାଂଲା ଟକ୍କର

ଭାରତ-ବାଂଲା ଟକ୍କର
ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଜି ଭାରତ-ବାଂଲାଦେଶ କଡା ମୁକାବିଲା ରହିଛି । ସେମିଫାଇନାଲ ପ୍ରବେଶ ପାଇଁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ବହୁ ଭୁରୁତ୍ୱପୂର୍ଣ୍ଣ ରହିଛି । ଇଂଲଣ୍ଡ ଠାରୁ ପରାଜିତ ହେବା ପରେ ଦଳର ଅପରାଜେୟ ଧାରା ଭାଙ୍ଗି ଯାଇଛି । ଭାରତ ଏହି ମ୍ୟାଚଟି ଜିତି ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ବାଂଲାଦେଶ ପରାସ୍ତ ହେଲେ ବିଶ୍ୱକପରୁ ଦିବାୟ ନେବ । ତେଣୁ ଭାରତ ପାଇଁ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ନିଶ୍ଚୟ; ବାଂଲାଦେଶ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଚଳିତ ବିଶ୍ୱକପରେ ଭଲ ଫର୍ମରେ ଥିବା ବାଂଲାଦେଶ ଏହି ମ୍ୟାଚ ଜିତି ସେମି ଆଶା ବଳବତର ରଖିବାକୁ ଚାହୁଁଛି । ତେଣୁ ଉଭୟ ଦଳ ମଧ୍ୟରେ ଆଉ ଏକ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ।