ବିଶୃଙ୍ଖଳିତ ବିଧାୟକଙ୍କୁ ଦଳରୁ ବାହାର କରିଦେବା ଦରକାର : ମୋଦୀ

ବିଶୃଙ୍ଖଳିତ ବିଧାୟକଙ୍କୁ ଦଳରୁ ବାହାର କରିଦେବା ଦରକାର : ମୋଦୀ

ବିଶୃଙ୍ଖଳିତ ବିଧାୟକଙ୍କୁ ଦଳରୁ ବାହାର କରିଦେବା ଦରକାର : ମୋଦୀ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ସରକାରୀ କର୍ମଚାରୀଙ୍କୁ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ବ୍ୟାଟରେ ପିଟିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି। ଆକାଶଙ୍କ ନାମ ନ ନେଇ ମୋଦୀ କହିଛନ୍ତି ଯେ, ସେ ଯାହାର ବି ପୁଅ ହୁଅନ୍ତୁ ନା କାହିଁକି, ତାଙ୍କୁ ଦଳରୁ ବାହାର କରିଦେବା ଦରକାର। ଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ମୋଦୀ ଯୋଗଦେବା ଅବସରରେ ଏହା କହିଛନ୍ତି। ତାଙ୍କର ଏଭଳି କାର୍ୟ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ତାଙ୍କୁ ସ୍ବାଗତ କରିଛନ୍ତି ସେମାନଙ୍କୁ ମଧ୍ୟ ଦଳରେ ରହିବାର ଅଧିକାର ନାହିଁ। ସମସ୍ତଙ୍କୁ ଦଳରୁ ବାହାର କରିଦେବା ଉଚିତ। ସୂଚନାଯୋଗ୍ୟ, ଗତ ଜୁନ ୨୬ ତାରିଖରେ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ଇନ୍ଦୋରରେ ଏକ କୋଠା ଭାଙ୍ଗିବାକୁ ଆସିଥିବା ନିଗମ କର୍ମଚାରୀ ଏବଂ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ କ୍ରିକେଟ ବ୍ୟାଟରେ ଆକ୍ରମଣ କରିଥିଲେ। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ରବିବାର ତାଙ୍କୁ ଜାମିନ ମିଳିଥିଲା।