ସାଂସଦ ରମା ଦେବୀଙ୍କୁ ଭୁଲ ମାଗିଲେ ଆଜମ ଖାନ

ସାଂସଦ ରମା ଦେବୀଙ୍କୁ ଭୁଲ ମାଗିଲେ ଆଜମ ଖାନ

 ସାଂସଦ ରମା ଦେବୀଙ୍କୁ ଭୁଲ ମାଗିଲେ ଆଜମ ଖାନ
ନୂଆଦିଲ୍ଲୀ: ଲୋକସଭାରେ ପୀଠାସୀନ ସାଂସଦ ରମାଦେବୀଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେଇଥିବା ସମାଜବାଦୀ ପାର୍ଟର ରାମୁପର ସାଂସଦ ମହମ୍ମଦ ଆଜମ ଖାନ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଲୋକସଭାରେ ସର୍ବସମ୍ମୁଖରେ ସାଂସଦ ରମା ଦେବୀଙ୍କୁ ଭୁଲ ମାଗିଛନ୍ତି । ଲୋକସଭାରେ ଆଜମ ଖାନ ନିଜର ଭୁଲ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ‘‘ସଂସଦରେ ମୋର ବ୍ୟବହାର ସମସ୍ତେ ଜାଣନ୍ତି । ଯଦି ମୋ କଥା କାହାକୁ ଖରାପ ଲାଗିଛି ତେବେ ମୁଁ ଭୁଲ ମାଗୁଛି ।’’ ଏହା ପରେ ରମା ଦେବୀ କହିଛନ୍ତି, ‘‘ଆଜମ ଖାନଙ୍କ ବ୍ୟବହାର ଦେଶ ଓ ଏହାର ମହିଳାମାନଙ୍କୁ ଆଘାତ ଦେଇଛି । ସେ ସବୁବେଳେ ଏଭଳି ମନ୍ତବ୍ୟ ଦେଉଛନ୍ତି ଏବଂ କେବେବି ପରିବର୍ତ୍ତନ ହେଉ ନାହାଁନ୍ତି । ତାଙ୍କ ବ୍ୟବହାର ବଦଳିବା ଦରକାର । ଯାହାବି ତାଙ୍କ ପାଟିରୁ ବାହାରୁଛି ତାହା ନିହାତ ବଦଳିବା ଆବଶ୍ୟକ ।’’ ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଗୁରୁବାର ବାଚସ୍ପତି ଓମ୍‌ ବିର୍ଲାଙ୍କ ଅନୁପସ୍ଥିତିରେ ସାଂସଦ ରମା ଦେବୀ ଗୃହ ପରିଚାଳନା କାରିଥିଲେ । ସେହିଦିନ ତିନି ତଲାକ ବିଲ୍‌ ଉପରେ ଆଲୋଚନା ଚାଲିଥିବା । ଏହି ସମୟରେ ଆଜମ ଖାନ ରମା ଦେବୀଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ ଯେ ‘‘ଆପଣଙ୍କ (ରମା ଦେବୀ) ଆଖିକୁ ଦେଖିଲେ ଆପଣଙ୍କ ସହ କଥା ହେବା ଭଳି ଲାଗୁଛି’’ । ଯାହାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ରମା ଦେବୀ । ଏହାକୁ ଗୃହରେ ପ୍ରବଳ ହଙ୍ଗାମା ମଧ୍ୟ ହୋଇଥିଲା ।