ମୋଦି "ଫାଦର୍ ଅଫ୍ ଇଣ୍ଡିଆ'

ମୋଦି "ଫାଦର୍ ଅଫ୍ ଇଣ୍ଡିଆ'

ମୋଦି "ଫାଦର୍ ଅଫ୍ ଇଣ୍ଡିଆ'
ନୁ୍ୟୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ "ଫାଦର୍ ଅଫ୍ ଇଣ୍ଡିଆ' (ଭାରତର ପିତା) ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପରିବାରର ପିତା ଭଳି ସେ ସମସ୍ୟାର ସମାଧାନ କରୁଛନ୍ତି । ଆତଙ୍କବାଦଠାରୁ ଆରମ୍ଭ କଶ୍ମୀର ପ୍ରସଙ୍ଗ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ ସେ ଅତ୍ୟନ୍ତ ସଫଳତାର ସହ କରିପାରିବେ ବୋଲି ଟ୍ରମ୍ପ୍ କହିଛନ୍ତି । "ହାଓଡି ମୋଦି' କାର୍ଯ୍ୟକ୍ରମକୁ ପ୍ରଶଂସା କରି ଟ୍ରମ୍ପ୍ ପ୍ରଧାନମନ୍ତ୍ରୀଙ୍କ ତୁଳନା ରକ୍ଷ୍ଟାର ଏଲଭିସ୍ ପ୍ରେସ୍ଲେଙ୍କ ସହ କରିଛନ୍ତି । ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ସଂପର୍କରେ ପ୍ରଶ୍ନ କରାଯିବାକୁ ଟ୍ରମ୍ପ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏ ସବୁ ସମସ୍ୟାର ସଠିକ୍ ସମାଧାନ କରିପାରିବେ । ଟ୍ରମ୍ପ୍ କହିଥିଲେ ମୋର ମନେ ଅଛି ପୂର୍ବରୁ ଭାରତରେ ବହୁତ ମତଭେଦ, ଲଢେ଼ଇ ରହିଥିଲା । ଏବେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଜଣେ ପିତା ଭଳି ଏକାଠି କରିଛନ୍ତି । ମୁଁ ଭାବୁଛି ସେ ଭାରତର ପିତା । ଆମେ ତାଙ୍କୁ ଭାରତର ପିତା ବୋଲି କହିବୁ । ଲୋକେ ମୋଦିଙ୍କୁ ପସନ୍ଦ କରୁଛନ୍ତି ଏବଂ ତାଙ୍କ ପାଇଁ ପାଗଳ ହୋଇଯାଉଛନ୍ତି । ସେ ରକ୍ଷ୍ଟାର ଏଲଭିସ୍ଙ୍କର ଭାରତୀୟ ସଂସ୍କରଣ ବୋଲି ଟ୍ରମ୍ପ୍ କହିଥିଲେ ।