ପାକ୍ ସାମ୍ବାଦିକାଙ୍କ ସହ ରାତି କଟାଇଥିଲେ ଥରୁର

ପାକ୍ ସାମ୍ବାଦିକାଙ୍କ ସହ ରାତି କଟାଇଥିଲେ ଥରୁର

ପାକ୍ ସାମ୍ବାଦିକାଙ୍କ ସହ ରାତି କଟାଇଥିଲେ ଥରୁର
ନୂଆଦିଲ୍ଲୀ : କଂଗ୍ରେସ ନେତା ଶଶୀ ଥରୁରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପତ୍ନୀ ସୁନନ୍ଦା ପୁଷ୍କରଙ୍କ ସନେ୍ଦହଜନକ ମୃତୁ୍ୟ ମାମଲାରେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଦିଲ୍ଲୀ ପୋଲିସ । ତାଙ୍କ ବିରୋଧରେ ପତ୍ନୀ ସୁନନ୍ଦାଙ୍କୁ ନିର୍ଯାତନା ଦେବା ଏବଂ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଉଥିବା ଅଭିଯୋଗରେ ଚାର୍ଜଫ୍ରେମ କରିବାକୁ ପୁଲିସ ସ୍ୱତନ୍ତ୍ର ସିବିଆଇ ଅଦାଲତରେ ଦାବି କରିଛି । ମାନସିକ ନିର୍ଯାତନା ଏବଂ ଥରୁରଙ୍କ ଅବୈଧ ସମ୍ପର୍କ ପାଇଁ ସୁନନ୍ଦା ଆତ୍ମହତ୍ୟା କରିଥିଲେ । ପୁଲିସ ଆଜି ଅଦାଲତଙ୍କୁ ଅବଗତ କରାଇଛି କି ମୃତୁ୍ୟର ବର୍ଷକ ପୂର୍ବରୁ ଥରୁର ଓ ସୁନନ୍ଦାଙ୍କ ମଧ୍ୟରେ କିଛି କାରଣରୁ ପ୍ରବଳ ଝଗଡ଼ା ହୋଇଥିଲା । ଝଗଡ଼ା ହେବାର ଗୋଟିଏ କାରଣ ଥିଲା ଜଣେ ପାକିସ୍ତାନୀ ସାମ୍ବାଦିକା ମେହର ତରାରଙ୍କ ସହ ଥରୁରଙ୍କ ଅବୈଧ ସମ୍ପର୍କ । ସୁନନ୍ଦାଙ୍କ ଜଣେ ଘରୋଇ ସହାୟକଙ୍କ ବୟାନରୁ ଊଦ୍ଧୃତ କରି ପୁଲିସ କହିଛି କି ଥରୁର ୨୦୧୩ ଜୁନରେ ଦୁବାଇରେ ମେହର ତରାରଙ୍କ ସହ ତିନି ରାତି କଟାଇଥିଲେ । ଏହାକୁ ନେଇ ପରେ ସୁନନ୍ଦା ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା ଏବଂ ଏହି ଝଗଡ଼ା ରାତି ୪ଟା ଯାଏଁ ଚାଲିଥିଲା । ସୁନନ୍ଦାଙ୍କ ଜଣେ ବାନ୍ଧବୀଙ୍କ ବୟାନକୁ ଉଦ୍ଧୃତ କରି ପୁଲିସ କହିଛି କି ଥରୁର ଏବଂ ତରାରଙ୍କ ମଧ୍ୟରେ ଫୋନ ଯୋଗେ ନିୟମିତ ରୋମାଣ୍ଟିକ ବାର୍ତ୍ତାଳାପ ଚାଲୁଥିଲା । ଥରେ ତି୍ରଭେନ୍ଦ୍ରମରୁ ବିମାନରେ ଆସୁଥିବା ସମୟରେ ଥରୁର ଟୟଲେଟ ଯାଇଥିଲେ । ଏହି ସମୟରେ ସୁନନ୍ଦା ତାଙ୍କ ଫୋନରୁ ଉକ୍ତ ମେସେଜଗୁଡ଼ିକ ପଢ଼ିଥିଲେ । ସେଥିରେ ଥରୁରଙ୍କୁ ବିବାହ କରିବା ପାଇଁ ତରାର ଦେଇଥିବା ବାର୍ତ୍ତା ବି ଥିଲା । ତା ଛଡ଼ା ନିର୍ବାଚନ ପରେ ସୁନନ୍ଦାଙ୍କୁ ଥରୁର ଛାଡ଼ପତ୍ର ଦେବେ ବୋଲି ଗୋଟିଏ ମେସେଜରେ ଉଲ୍ଲେଖ କରାଯାଇଥିଲା । ପୁଲିସ ପ୍ରଥମ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି କୋର୍ଟଙ୍କୁ ଜଣାଇଛି ଯେ ସୁନନ୍ଦାଙ୍କ ମୃତୁ୍ୟରେ ଇଞ୍ଜେକସନ ବ୍ୟବହାର କରାଯାଇଛି । ସେ ନିଜେ ଇଞ୍ଜେକସନ ଯୋଗେ ବିଷ ନେଇଛନ୍ତି ନଚେତ ତାଙ୍କୁ ଏପରି ଉପାୟରେ ବିଷୟ ଦେଇ ହତ୍ୟା କରାଯାଇଛି । ସେହିପରି ଫେରେନସିକ ବିଶ୍ଲେଷଣରୁ ତାଙ୍କର ମୃତୁ୍ୟ ସ୍ୱାଭାବିକ ନଥିଲା ବୋଲି ସ୍ପଷ୍ଟ ହୋଇଛି ।