ରାଜଧାନୀରେ ପୂଜା ଚାନ୍ଦା ପାଇଁ ସଂଘର୍ଷ : ବରମୁଣ୍ଡାରେ ଛୁରାମାଡ଼, ୨ ଗୁରୁତର

ରାଜଧାନୀରେ ପୂଜା ଚାନ୍ଦା ପାଇଁ ସଂଘର୍ଷ : ବରମୁଣ୍ଡାରେ ଛୁରାମାଡ଼, ୨ ଗୁରୁତର

ରାଜଧାନୀରେ ପୂଜା ଚାନ୍ଦା ପାଇଁ ସଂଘର୍ଷ : ବରମୁଣ୍ଡାରେ ଛୁରାମାଡ଼, ୨ ଗୁରୁତର
ଖଣ୍ଡଗିରି: ଶନିବାର ରାତି ପ୍ରାୟ ୮ଟା ବେଳେ ବରମୁଣ୍ଡା ପ୍ରଧାନସାହି ଗଣେଶ ପୂଜା ମଣ୍ଡପ ନିକଟରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ବରମୁଣ୍ଡା ଗାଁର ଜଗନ ରାଉତରାୟ ଓର ଗୁଡୁ (୨୦) ଓ ଭଡ଼ାରେ ରହୁଥିବା ସିଲୁ ପ୍ରଧାନ (୨୧) ଆକ୍ରମଣକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଖଣ୍ଡଗିରି ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ଯାଞ୍ଚ କରୁଛି । ଗଣେଶ ପୂଜା ଚାନ୍ଦାକୁ ନେଇ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ କେହି କେହି ଏହା ପୂର୍ବ ଶତ୍ରୁତାର ପରିଣତି ବୋଲି କୁହାଯାଇଛି । ପୁଲିସ ଗଣ୍ଡଗୋଳର ପ୍ରକୃତ କାରଣ ବାବଦରେ ସୂଚନା ଦେଇପାରିନାହିଁ । ତେବେ ଚିହ୍ନ ହୋଇଥିବା କିଛି ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ରାତି ପ୍ରାୟ ୮ଟା ବେଳେ ଗୁଡ଼ୁ, ସିଲୁ ଓ ବିଜୟ ବରମୁଣ୍ଡା ଗାଁ ମୁଣ୍ଡ ପ୍ରଧାନସାହି ଗଣେଶ ପୂଜା ମଣ୍ଡପ ନିକଟରେ ବସିଥିଲେ । ଏହି ସମୟରେ ପ୍ରାୟ ୧୦/୧୨ଟି ବାଇକରେ ଥିବା ୨୦ ରୁ ଅଧିକ ଯୁବକ ସେଠାରେ ପହଞ୍ଚିଥିଲେ । ସମସ୍ତେ ଖଣ୍ଡା ଭୁଜାଲି ଭଳି ମାରଣାସ୍ତ୍ର ସଜ୍ଜିତ ହୋଇଥିଲେ । କିଛି ଯୁବକ ବନ୍ଧୁକ ଧରି ଥିବା କୁହାଯାଉଛି । ସେମାନେ ଅତର୍କିତ ଭାବେ ପ୍ରଥମେ ବିଜୟ ଓ ସିଲୁକୁ ମାଡ଼ ମାରିଥିଲେ । କାହିଁକି ବରମୁଣ୍ଡା ଗାଁ ପିଲାଙ୍କ ସହ ମିଶୁଛ ବୋଲି କହି ନିସ୍ତୁକ ମାଡ଼ ମାରିଥିଲେ । ବିକଳରେ ବିଜୟ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଗୁଡୁ ପତି୍ରରୋଧ କରିବାକୁ ଯାଇ ସେମାନଙ୍କ ସହ ଲଢ଼ିଥିଲେ । ବିଜୟକୁ ଗୋଡ଼ାଇ ଗୋଡ଼ାଇ ମାରିବା ବେଳେ ଜଣେ ମହିଳା ପ୍ରତିରୋଧ କରିବାକୁ ଯାଇ ଗଣ୍ଡଗୋଳକାରୀଙ୍କ ଦ୍ୱାରା ଆହତ ହୋଇଥିଲେ । ଏହି ସମୟରେ କେହି ଜଣେ ଗୁଡୁ ଓ ସିଲୁକୁ ଛୁରାମାଡ଼ କରିଥିଲା । ଫଳରେ ଗୁଡ଼ୁଙ୍କ ପେଟରେ କ୍ଷତ ସୃଷ୍ଟି ହୋଇଥିଲା । ଲୁହା ରଡ ମାଡରେ ସିଲୁ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସେମାନେ ତଳେ ପଡ଼ିଯିବା ପରେ ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗଣ୍ଡଗୋଳ ଖବର ପାଇ ବରମୁଣ୍ଡା ଗାଁ ଭିତରୁ ଲୋକେ ଘଟଣା ସ୍ଥଳକୁ ଧାଇଁ ଆସିବା ବେଳକୁ ଆକ୍ରମଣକାରୀମାନେ ଫେରାର ହୋଇ ଯାଇଥିଲେ । ତୁରନ୍ତ ଗୁଡୁ ଓ ସିଲୁଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଗଣ୍ଡଗୋଳ ପଛରେ ଗଣେଶ ପୂଜା ଚାନ୍ଦା ହେଉଛି ବଡ଼ କାରଣ । ବସ୍ ଷ୍ଟାଣ୍ଡ ଅଞ୍ଚଳରୁ ଚାନ୍ଦା ଆଦାୟକୁ ନେଇ ଦୁଥଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା । ତେଣୁ ଗୋଟି ଗୋଷ୍ଠୀକୁ ଦବାଇବାକୁ ଯାଇ ଅପର ଗୋଷ୍ଠୀ ଏହି ଆକ୍ରମଣ କରିଥିବା ଜଣାପଡ଼ୁଛି । କିନ୍ତୁ ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ପୂଜା ଚାନ୍ଦା ବାବଦରେ ପୁଲିସ ନିକଟରେ କେହି କେବେ ଅଭିଯୋଗ କରିନଥିବା ସେ କହିଛନ୍ତି । ସେହିଭଳି ବରମୁଣ୍ଠଡା ଓ ହାଉସିଂ ବୋର୍ଡ କଲୋନୀ ଯୁବକଙ୍କ ମଧ୍ୟରେ ଏହି ସଂଘର୍ଷ ହୋଇଛି ବୋଲି ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ତେବେ ସିସିଟିଭି ଫୁଟେଜରେ ଚିହ୍ନଟ ହୋଇଥିବା ଯୁବକମାନେ ହାଉସିଂ ବୋଡର଼୍ କଲୋନୀର ବୋଲି ସେ ଅନୁମାନ କରୁଥିବା କହିଛନ୍ତି ।