ଆନ୍ତଃଜିଲ୍ଲା ଦିବାରାତ୍ର ଖୋ-ଖୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଆନ୍ତଃଜିଲ୍ଲା ଦିବାରାତ୍ର ଖୋ-ଖୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଆନ୍ତଃଜିଲ୍ଲା ଦିବାରାତ୍ର ଖୋ-ଖୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଆଠଗଡ - ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡ଼ିଆରେଆନ୍ତଃଜିଲ୍ଲା ଦିବାରାତ୍ର ଖୋ-ଖୋ ଟୁର୍ଣ୍ଣାମେ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରି କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ । ଓଡ଼ିଶା ଖୋ-ଖୋ ଆସୋସିଏସନ୍ ଆନୁକୁଲ୍ୟରେ ତଥା କଟକ ଜିଲ୍ଲା କ୍ରୀଡ଼ା ସଂସଦ ଓ ଆଠଗଡ଼ ଉପଖଣ୍ଡ କ୍ରୀଡ଼ା ସଂସଦ ସହଯୋଗିତାରେ ଆଠଗଡ଼ ଖୋ-ଖୋ ଆସୋସିଏସନ୍ ଦ୍ୱାରା ଏହି ଆନ୍ତଃଜିଲ୍ଲା ଦିବାରାତ୍ର ଖୋ-ଖୋ ଟୁର୍ଣ୍ଣାମେ ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପି ଅନ୍ୁଷ୍ଠିତ ହେବାକୁ ଥିବା ଏହି ଟୁ୍ର୍ଣ୍ଣାମେଣ୍ଟରେ ଭୁବନେଶ୍ୱର,କିସଟ୍ , ଭୁବନେଶ୍ୱର ନଗର ସମେତ ଓଡ଼ିଶାର ୨୪ଟି ଜିଲ୍ଲାରୁ ବାଳକ ଓ ବାଳିକା ଦଳରେ ପ୍ରାୟ ୪୦୦ ଖେଳାଳି ଯୋଗଦାନ କରିଛନ୍ତି । ଉଦ୍ଘାଟନୀ ଉତ୍ସବ ପ୍ରାରମ୍ଭରେ ଅତିଥିମାନେ ଆସନ ଗ୍ରହଣ କରିସାରିବା ପରେ ଅତିଥି ପରିଚୟ ପ୍ରଦାନ ଅନୁଷ୍ଠିତ ହୋଇଥିଲା । ପରେ ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରିବା ସହ କ୍ରୀଡ଼ା ଆରମ୍ଭ କରିବା ପାଇଁ ମଶାଲ୍ ଗ୍ରହଣ କରିଥିଲେ । ଆଠଗଡ଼ ଖୋ-ଖୋ ଆସୋସିଏସନ୍ର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡ଼ା,ଆଠଗଡ଼ ଏନଏସିର ପୂର୍ବତନ ଅଧ୍ୟକ୍ଷା ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ଆଠଗଡ଼ ଖୋ-ଖୋ ଆସୋସିଏସନ୍ର ବରିଷ୍ଠ ସଦସ୍ୟ ତଥା କଟକ ଜିଲ୍ଲା କ୍ରୀଡ଼ାଅଧିକାରୀ ଚନ୍ଦନ କୁମାର ସାହୁ ଓ ଅନୁଗୁଳ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ପରିଡ଼ା, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । କ୍ରୀଡ଼ାବିତ୍ମାନେ ସାମୁହିକ ଶପଥପାଠ କରାଯାଇ ଆନୁଷ୍ଠାନିକ ଭାବେ କ୍ରୀଡ଼ା ଆରମ୍ଭ ହୋଇଥିଲା । ଏହି ଦିବାରାତ୍ର କ୍ରୀଡ଼ା ଉତ୍ସବର ସୁପରିଚାଳନା ପାଇଁ ଓଡ଼ିଶା ଖୋ-ଖୋ ଆସୋସିଏସନ୍ ତରଫରୁ ୫୦ଜଣ କ୍ରୀଡ଼ା ପରିଚାଳକଙ୍କୁ ନିଯୁକ୍ତ କରାଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଛତିଶଗଡ଼ ଠାରେ ହେବାକୁ ଥିବା ଆନ୍ତଃ ରାଜ୍ୟ ଟୁର୍ଣ୍ଣାମେଣ୍ଟ ପାଇଁ ବରିଷ୍ଠ ବାଳକ ଓ ବାଳିକା ବିଭାଗ ତରଫରୁ ଖେଳାଳି ଚୟନ କରାଯାଇ ଓଡ଼ିଶା ଦଳ ଗଠନ କରାଯିବ । ପ୍ରାରମ୍ଭିକ ମ୍ୟାଚରେ କଟକ ବରିଷ୍ଠ ବାଳକ ଦଳ ସହିତ ବରଗଡ଼ ଜିଲ୍ଲା ବାଳକ ଦଳକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଠଗଡ଼ କ୍ରୀଡ଼ା ସଂସଦ ତରଫରୁ ସମ୍ପାଦକ ସୋମନାଥ ଭକ୍ତାଙ୍କ ସମେତ ଆଠଗଡ଼ ଖୋ-ଖୋ ଆସୋସିଏସନ୍ର ଉପସଭାପତି ମନୋରଞ୍ଜନ ଦାସ, ସଂପାଦକ ସୁବାଶିଷ ରାଉତ, ବରିଷ୍ଠ କ୍ରୀଡ଼ାବିତ ଭାଗ୍ୟଧର ପ୍ରଧାନ, ଦିପ୍ତିରଞ୍ଜନ ବେହେରା, ବିକ୍ରମ ବିକାଶ ରାୟସାମନ୍ତ ପ୍ରମୁଖଙ୍କ ସଂଯୋଜନା କରିଥିଲେ ।