ଅଲିମ୍ପିକ୍ସରୁ ରୁଷିଆ ୪ ବର୍ଷ ବାସନ୍ଦ
ଅଲିମ୍ପିକ୍ସରୁ ରୁଷିଆ ୪ ବର୍ଷ ବାସନ୍ଦ
admin
Dec 10, 2019 - 09:49
Updated: Dec 10, 2019 - 09:49
ମସ୍କୋ: ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥା (ୱାଡା) ସୋମବାର ରୁଷିଆ ଉପରେ ୪ ବର୍ଷର ବାସନ୍ଦାଦେଶ ଲଗାଇଛି । ଫଳରେ ଏହି ସମୟ ମଧ୍ୟରେ ଅଲିମ୍ପିକ୍ସ କିମ୍ବା ବିଶ୍ୱ କ୍ରୀଡ଼ାରେ ରୁଷିଆ ଭାଗ ନେଇପାରିବ ନାହିଁ । ନିଷିଦ୍ଧ ଔଷଧ ଉପରେ ପରୀକ୍ଷାଗାର ରିପୋର୍ଟକୁ ଏପଟ ସେପଟ କରିବା ପାଇଁ ରୁଷିଆକୁ ବାସନ୍ଦ କରାଯାଇଛି ବୋଲି ୱାଡାର ମୁଖପାତ୍ର ସୂଚନା ଦେଇଛନ୍ତି । ରୁଷୀୟ କ୍ରୀଡ଼ାବିତ ନିଷିଦ୍ଧ ଔଷଧ ସେବନ କରୁଥିଲେ ମଧ୍ୟ ଦେଶ ପକ୍ଷରୁ ସେମାନଙ୍କୁ ସବୁଜ ସଙ୍କେତ ମିଳିଯାଉଛି । ପରୀକ୍ଷାଗାରର ରିପୋର୍ଟକୁ ଏପଟ ସେପଟ କରିବା ସହ ଭୁଲ୍ ପ୍ରମାଣ ପତ୍ର ଖେଳାଳିଙ୍କୁ ଦିଆଯାଉଥିଲା । ଏଥି ସହ ଖେଳାଳି ନିଷିଦ୍ଧ ଔଷଧ ସେବନ କରିଥିବା ପ୍ରମାଣିତ ହେଲେ ମଧ୍ୟ ଏହାକୁ ନଷ୍ଟ କରିଦିଆଯାଉଥିଲା । ଏଭଳି କାର୍ଯ୍ୟକଳାପ ପ୍ରମାଣିତ ହେବା ପରେ ୱାଡା କାର୍ଯ୍ୟକାରିଣୀ ସମିତି ରୁଷିଆକୁ ବାସନ୍ଦ କରିଛି । ଏହି ସମାନ କାର୍ଯ୍ୟ ପାଇଁ ୨୦୧୫ ରେ ମଧ୍ୟ ୱାଡା ରୁଷିଆକୁ ବାସନ୍ଦ କରିଥିଲା । ହେଲେ ଗତ ବର୍ଷ ଏହାକୁ ଉଠାଇ ଦେଇଥିଲା । ଫଳରେ ରୁଷୀୟ କ୍ରୀଡ଼ାବିତମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଦେଶର ପତାକାରେ ନ ଖେଳି ବ୍ୟକ୍ତିଗତ ଭାଗ ନେଇପାରିବ ।