ପୋଲାର୍ଡଙ୍କୁ ଜରିମାନା

ପୋଲାର୍ଡଙ୍କୁ ଜରିମାନା

ପୋଲାର୍ଡଙ୍କୁ ଜରିମାନା
ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର କିରନ ପୋଲାର୍ଡଙ୍କୁ ଜେରିମାନା ଦଣ୍ଡ ମିଳିଛି । ତାଙ୍କ ମ୍ୟାଚ ପାଉଣାର ୨୫ ପ୍ରତିଶତ ଜରିମାନା ପ୍ରଦାନ କରିବେ । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ ଫାଇନାଲରେ ଅମ୍ପାୟରଙ୍କ ନିଷ୍ପତି ଉପରେ ସେ ବ୍ୟାଟ ପିଙ୍ଗି ଅସନ୍ତୋଷ ବ୍ୟକ୍ତ କରିଥିଲେ । ମ୍ୟାଚର ଶେଷ ଓଭରରେ ବୋଲିଂ କରିଥିବା ଡ୍ୱେନ ବ୍ରାଭୋ ବଲକୁ ୱିକେଟର ବାହାରେ ପକାଇଥିଲେ । ହେଲେ ଅମ୍ପାୟର ଏହାକୁ ୱାଇଡ ଦେଇନଥିଲେ । ଏଭଳି ଆଚରଣ ଆଇପିଏଲ ନିୟମ ବାହାରେ ଥିବାରୁ ତାଙ୍କ୍ ବିରୋଧରେ ଆଇପିଏଲ ଧାରା ୨.୮ର ଲେବଲ -୧ ଦୋଷ ଲାଗିଛି । ଏହି ଦୋଷକୁ ମଧ୍ୟ ପୋଲାର୍ଡ ସ୍ୱୀକାର କରିନେଇଛନ୍ତି । ସୂଚନାଯୋଗ୍ୟ, ଏହି ମ୍ୟାଚରେ ପୋଲାର୍ଡ ଅପରାଜିତ ରହି ପାଳିର ସର୍ବାଧିକ ୪୧ ରନ କରିଥିଲେ ।