ପଣ୍ଡିତଙ୍କ ଲାଳସାରେ ପଡି ଓସିଏ ଛାଡିଲେ ସେନାପତି

ପଣ୍ଡିତଙ୍କ ଲାଳସାରେ ପଡି ଓସିଏ ଛାଡିଲେ ସେନାପତି

ଓଡିଶା କ୍ରିକେଟ ଛାଡିଲେ ଶୁଭ୍ରାଂଶୁ ସେନାପତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଶୁଭ୍ରାଂଶୁ। OCA ରେ NOC ପାଇଁ ଆବେଦନ କରିଥିଲେ ଶୁଭ୍ରାଂଶୁ। OCA ଶୁଭ୍ରାଂଶୁ ଙ୍କ NOC କୁ ଗ୍ରହଣ କରିଛି।

ଶୁଭ୍ରାଂଶୁ ଓଡିଶା କ୍ରିକେଟର ଜଣେ ଉଦିୟମାନ ଖେଳାଳି ଥିଲେ।ସେ ଓଡିଶା କ୍ରିକେଟ ଛାଡିବା ପରେ ମଧ୍ୟ ପ୍ରଦେଶ ପାଇଁ ଖେଳିବେ।

NOC ପାଇବା ପରେ ଗଣମାଧ୍ୟମ କୁ ପତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ମୋ କ୍ୟାରିୟର ପାଇଁ ନିଷ୍ପତ୍ତି ନେଇଛି। ପୂର୍ବରୁ କିଛି ଖେଳାଳି ବାହାରକୁ ଯାଇ ସଫଳତା ପାଇଛନ୍ତି। ମୋର ବି ଆଶା ମୁଁ ସଫଳତା ପାଇବି। ମଧ୍ୟ ପ୍ରଦେଶ କ୍ରିକେଟ ର କୋଚ ଚନ୍ଦ୍ରକାନ୍ତ ପଣ୍ଡିତ ମୋତେ ଯୋଗାଯୋଗ କରିଥିଲେ। ଓସିଏ ର ସପୋର୍ଟ ରହିଛି। ଓସିଏ କୁ ଧନ୍ୟବାଦ। ମୋର NOC କୁ ଗ୍ରହଣ କରିଛନ୍ତି। ମୋତେ ଗୋଟେ ସୁଯୋଗ ମିଳିଛି ତେଣୁ ମୁଁ ମୋ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଇଛି। ଭଲ ଟିମ ଓ ଭଲ କୋଚ ଙ୍କ ପକ୍ଷରୁ ମୋତେ ସୁଯୋଗ ଦେବା ପାଇଁ ବିଶ୍ୱାସ ଦେଇଛନ୍ତି ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି।ଓସିଏ ରେ କିଛି ଅଭାବ ତ୍ରୁଟି ନାହିଁ , ସମସ୍ତେ ଏଠି ଖେଳି ଆଗକୁ ଯାଇ ପାରିବେ। ମୋର ଏ ନିଷ୍ପତ୍ତି ବ୍ୟକିଗତ ବୋଲି କହିଲେ ଶୁଭ୍ରାଂଶୁ।