ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ଟସ ଜିଣି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ଟସ ଜିଣି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ଟସ ଜିଣି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି
ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ । ହାମିଲଟନର ସେଡାନ ପାର୍କରେ ଶୃଙ୍ଖଳାର ପ୍ରଥମ ମୁକାବିଲା ଜାରି ରହିଛି । ଟସ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛି । ଶେଷ ରିପୋର୍ଟ ଲେଖାହେଲା ବେଳକୁ ଭାରତ ୨୫ ଓଭରର ଖେଳ ସମାପ୍ତ ପରେ ୨ଟି ୱିକେଟ ହରାଇ ୧୩୪ ରନ ସଂଗ୍ରହ କରିଛି । ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଯୁବ ବ୍ୟାଟ୍ସମ୍ୟାନ ଶେୟସ ଆୟର କ୍ରିଜରେ ଅଛନ୍ତି । ଏହା ପୂର୍ବରୁ ଓପନର ପୃଥ୍ୱୀ ଓ ୨୧ଟି ବଲ ଖେଳି ୨୦ ରନ ସଂଗ୍ରହ କରିଥିଲେ । ଏଥିରେ ୩ଟି ଚୌକା ସାମିଲ ଥିଲା । ସେ କୋଲିନ ଗ୍ରାଣ୍ଡହୋମଙ୍କ ବଲ ଟମ ଲାଥମଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ । ସେହିପରି ଟିମ ସାଉଦୀଙ୍କ ଦ୍ୱାରା ଆଉଟ ହୋଇ ପାଭଲିଅନକୁ ଆସିଥିଲେ ମୟଙ୍କ ଅଗ୍ରୱାଲ । ଅଗ୍ରୱାଲ ୩୧ଟିବ ଲ ସମ୍ମୁଖୀନ ହୋଇ ୩୨ ରନ ସଂଗ୍ରହ କରିଥିଲେ । ଏଥିରେ ୬ଟି ଚୌକା ମଧ୍ୟ ସାମିଲ ଥିଲା । ନ୍ୟୁଜିଲାଣ୍ଡ ଟିମ: ମାର୍ଟିନ ଗୁପଟିଲ, ହେନରୀ ନିକୋଲ୍ସ, ଟମ ଲାଥମ (ଅଧିନାୟକ ଓ ୱିକେଟକିପର), ଟମ ବ୍ଲଣ୍ଡେଲ, ରସ ଟେଲର, ଜେମ୍ସ ନୀଶମ, କୋଲିନ ଗ୍ରାଣ୍ଡହୋମ, ମିଚେଲ ସଣ୍ଟନର, ଟିମ ସାଉଦୀ, ଈସ ସୋଢ଼ୀ ଓ ହମିଶ ବେନେଟ ଭାରତୀୟ ଟିମ: ପୃଥ୍ୱୀ ଓ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ (ୱିକେଟକିପର), କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା ।