ଚେନ୍ନାଇରେ ଭାରତ ପରାଜୟ ବରଣ କରିଛି

ଚେନ୍ନାଇରେ ଭାରତ ପରାଜୟ ବରଣ କରିଛି

ଚେନ୍ନାଇରେ ଭାରତ ପରାଜୟ ବରଣ କରିଛି
ଚେନ୍ନାଇ : ଚେନ୍ନାଇରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବ ବିସ୍ତାର କରି ଭାରତକୁ ଘାଇଲା କରିଦେଇଛି ଇଂଲଣ୍ଡ । ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ କରିଥିବାବେଳେ ଦ୍ୱିତୀୟ ଇନିଂସରେ ୧୭୮ ରନ କରିଥିଲା । ଅପରପକ୍ଷରେ ଭାରତ ପ୍ରଥମ ଇନିଂସରେ ୩୩୭ ରନରେ ସୀମିତ ରହିଥିଲା । ଭାରତ ପାଇଁ ଇଂଲଣ୍ଡ ୪୨୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଭାରତୀୟ ଟିମ ୧୯୨ ରନରେ ଅଲ ଆଉଟ ହୋଇଯାଇଛି । ଭାରତର ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ୧୨, ଗିଲ ୫୦, ପୂଜାରା ୧୫, ରାହାନେ ଶୂନ, ପନ୍ତ ୧୧ ଓ ସୁନ୍ଦର ୦ ରନରେ ଆଉଟ ହୋଇଛନ୍ତି । ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୨ ରନ କରିଥିବାବେଳେ ଅଶ୍ୱିନୀ ୯ ରନ, ନଦିମ ଶୂନ ଓ ବୁମରା ୫ ରନରେ ଆଉଟ ହୋଇଥିଲେ । ଈଶାନ୍ତ ଶର୍ମା ୫ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ବୋଲର ଲିଚ ୪ଟି ୱିକେଟ ନେଇଥିବାବେଳେ ଆଣ୍ଡରସନ ୩ଟି ୱିକେଟ ନେଇଥିଲେ । ଅପରପକ୍ଷରେ ଆର୍ଚର ୧, ବେସ ୧ ଓ ଷ୍ଟୋକସ ଗୋଟିଏ ଲେଖାଏଁ ୱିକେଟ ନେଇ ଭାରତକୁ ଅଲଆଉଟ କରିଦେଇଥିଲେ ।