ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ମୃତ୍ୟୁ ପରେ ଅନ୍ୟକୁ ଜୀବନ ଦେଇଥିବା ପି ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରକୁ ସାରା ରାଜ୍ୟରେ ପ୍ରଶଂସା ମିଳିଛି । ଏବେ ପ୍ରିୟଙ୍କାଙ୍କ ଝିଅ ଆପୋଲୋରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେହିପରି ତାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ମାନୀତ କରାଯିବ । ଅପରପକ୍ଷରେ ଏସସିବିରେ ବିରଳ କାଡ଼ାଭରିକ ଟ୍ରାନ୍ସପ୍ଲାଂଟ ସଫଳ ହୋଇଥିବାରୁ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟଯେ, ଏସସିବିରେ ପ୍ରଥମ ଥର ପାଇଁ କାଡ଼ାଭରିକ ଟ୍ରାନ୍ସପ୍ଲାଂଟ କରାଯାଇଛି । ପ୍ରିୟଙ୍କାଙ୍କ ଅଙ୍ଗରେ ନୂଆ ଜୀବନ ପାଇଛନ୍ତି ବରଗଡ଼ ଜିଲ୍ଲା ଅତାବିରା ବ୍ଲକର କୁହୁଣ୍ଡାର ଫିରୋଜ ସାହୁ । ଫିରୋଜଙ୍କର ଦୁଇଟି ଯାକ କିଡ଼ନୀ ଅକାମୀ ହୋଇଯାଇଥିଲା । ତେବେ ପ୍ରିୟଙ୍କାଙ୍କ କିଡ଼ନୀ ତାଙ୍କ ଦେହରେ ପ୍ରତିରୋପଣ କରାଯାଇଥିଲା । ଚଉଦ ଘଂଟାର ଏହି ସଫଳ ଅପରେସନ ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟିକରିଛି ।