ମଧୁ ପାଟଣା ଥାନା ସାମ୍ନା କଟକ ଲିଙ୍କ ରୋଡ ଅଞ୍ଚଳରେ ଏକ ଡ୍ରେସ୍ ଶୋ ରୁମ୍ ରୁ ଚୋରି ସ୍ଥାନୀୟ ପୋଲିସ ର ଅପାରଗତା କୁ ନେଇ ଚର୍ଚ୍ଚା

ମଧୁ ପାଟଣା ଥାନା ସାମ୍ନା କଟକ ଲିଙ୍କ ରୋଡ ଅଞ୍ଚଳରେ ଏକ ଡ୍ରେସ୍ ଶୋ ରୁମ୍ ରୁ ଚୋରି ସ୍ଥାନୀୟ ପୋଲିସ ର ଅପାରଗତା କୁ ନେଇ ଚର୍ଚ୍ଚା

ରାତି ଅଧରେ ଶୋ ରୁମ୍ ଶଟର ତାଡି ଲୁଟ କଲା ଚୋର,ଏନେଇ ମଧୁପାଟଣା ଥାନରେ ଏତଲା ଦିଆଯାଇଛି। ତେବେ ଲୁଟ ବେଳେ ମିଳିଥିବା ସିସିଟିଭି ସ୍ପଷ୍ଟ ଜଣାପଡୁଛି ଜଣେ ବ୍ୟକ୍ତି ସଟର ମଝି ପାର୍ଶ୍ଵ କିଛି ଜନ୍ତ୍ର ସାହଯ୍ୟରେ ମେଲା କରି ଭିତରେ ପଶି କ୍ୟାସ୍ ଡ୍ର ଭାଙ୍ଗି ଦେଉଛି । ହଁ ଆଜ୍ଞା ଟିକିଏ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ କେମିତି ଚୋର ଜଣକ ଶୋ ରୁମ୍ ଶଟର ଭାଙ୍ଗି କପରି କ୍ୟାଶ କାଉଣ୍ଟର ପାଖକୁ ଯାଇ ଡ୍ର ଖୋଲି ଟଙ୍କା ନେବାର ଉଦ୍ୟମ କରୁଛି। ତେବେ ଏଭଳି ଘଟଣା ଏହି ଅଞ୍ଚଳରେ ଵର୍ଷେ ତଳେ ଏକ ମୋବାଇଲ ଶୋ ରୁମ୍ ରେ ମଧ୍ଯ ଘଟିଥିଲା ପୋଲିସ୍ ଏଯାଏଁ ସେହି ଘଟଣାରେ ଲୁଟେରାଙ୍କୁ ଧରି ପାରି ନ ଥିବା ବେଳେ ଏବେ ପୁଣି ଥରେ ଏଭଳି ଏକ ଲୁଟ ଏବେ ପୋଲିସ ର ଚିନ୍ତା ବଢ଼ାଇଛି।  ଅନ୍ୟପଟେ ଶୋ ରୁମ୍ ମାଲିକ କହିଛନ୍ତି, ତାଙ୍କ ଡ୍ର ରେ ପାଖାପାଖି ୨ ଲକ୍ଷ ଟଙ୍କା ରଖିଥିଲେ ପାର୍ଟିକୁ ଦେବାକୁ। ହେଲେ ରାତି ଅଧରେ ପଶି ଚୋର କଳା କନା ବୁଲାଇ ଦେଇଛି। ପୋଲିସ୍ ମଧ୍ୟ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ତେବେ ସବୁ ବଡ କଥା ହେଉଛି ପୋଲିସ୍ ଥାନା ସାମ୍ନାରୁ ଏମିତି ଚୋରି ହେବା କୋଉଠି ନା କୋଉଠି ପୋଲିସ ର ଅପାରଗତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କହିଛନ୍ତି ଶୋ ରୁମ୍ ମାଲିକ ଆରୟନ୍

ଅପରପକ୍ଷରେ ଆମେ ତଦନ୍ତ ଜାରି ରଖିଛୁ,ଖୁବ୍ ଶୀଘ୍ର ଲୁଟେରା ମାନଙ୍କୁ ଗିରଫ କରାଯିବା ସହ ନାଇଟ ପେଟ୍ରଲିଂ କୁ କଡାକଡି କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଏସିପି ସ୍ଵସ୍ତିକ ପଣ୍ଡା।