ଶିବଙ୍କ ବେଶରେ ଜପ କରୁଛନ୍ତି କାଉଡ଼ିଆ

ଶିବଙ୍କ ବେଶରେ ଜପ କରୁଛନ୍ତି କାଉଡ଼ିଆ

ଟିକିଏ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ। କେମିତି ଜଣେ ଶିବ ଭକ୍ତ ଦେହରେ ଭସ୍ମ ବୋଳି ହୋଇ ହାତରେ ତ୍ରିଶୁଳ ଧରି, ବାଘଛାଲ ବସ୍ତ୍ର ପରିଧାନ କରି ଶିବ ପରି କେସ ଛାଡି ଚକା ମାଡି ନଦୀ କୂଳରେ ଶିବଙ୍କ ନାମ ଜପ କରୁଛନ୍ତି। ହଁ ଆଜ୍ଞା ଟିକିଏ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ ଆପଣ ମାନେବି ଦେଖିଲେ ଚକିତ ହୋଇଯିବେ। ନଦୀକୂଳରେ ଏହି ଭକ୍ତ ଜଣଙ୍କ ଏପରି ଧ୍ୟାନ ରେ ବସିଛନ୍ତି ଯେ ସେତେ ଯେପରି ମହାପ୍ରଭୁ ଶିବ ଧ୍ୟାନ ରେ ବସିଲା ପରି ଲାଗୁଛନ୍ତି। ରାତି ପାହିଲେ ଶ୍ରାବଣ ମାସ ର ପ୍ରଥମ ସୋମବାର। ସେଥିପାଇଁ କଟକ ମହାନଦୀ କୂଳ ରେ ଥିବା ଗଡ଼ଗଡ଼ିଆ ଘାଟରେ ଜାମିଛି କାଉଡ଼ିଆ ଭକ୍ତ ମାନଙ୍କ ଭିଡ। ରାଜ୍ୟର ବିଭିନ୍ନ ଜିଲ୍ଲା ରୁ କାଉଡ଼ିଆ ଭକ୍ତ ମାନେ ଏହି ଗଡ଼ଗଡ଼ିଆ ଘାଟରୁ ପାଣି ନେଇ ବିଭିନ୍ନ ଶୈବ ପୀଠକୁ ଯାଇ ପାଣି ଢାଳନ୍ତି। ହେଲେ ମହାନଦୀ କୂଳ ରେ ଏପରି ବେଶରେ ବସିଥିବା ଶିବ ଭକ୍ତ ଜଣଙ୍କ ସମସ୍ତ ଙ୍କ ର ଦୃଷ୍ଟି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ସେ କାହାରି ସହ କଥା ନ ହୋଇ ଏକ ପାହାଚ ଉପରେ ବସି ମହାନଦୀ କୁ ମୁହଁ କରି ଶିବ ମନ୍ତ୍ର ଜପିବାରେ ବ୍ୟସ୍ତ ରହିଛନ୍ତି। ସେହି ନଦୀ କୂଳକୁ ବୁଲିବାକୁ ଆସୁଥିବା ଲୋକ ଏବଂ ଅନ୍ୟ କାଉଡ଼ିଆ ଭକ୍ତ ମାନେ ମଧ୍ୟ ଏହି ଶିବ ଭକ୍ତ ଙ୍କୁ ଦେଖି ଘଡ଼ିଏ ତାଙ୍କ  ପାଖରେ ଅଟକି ଯାଉଛନ୍ତି।