ବୁଧବାର ଏହି ନିୟମ ମାନି ଗଣେଶଙ୍କୁ ପୂଜା କଲେ ମିଳିବ ଶୁଭ ଫଳ

ବୁଧବାର ଏହି ନିୟମ ମାନି ଗଣେଶଙ୍କୁ ପୂଜା କଲେ ମିଳିବ ଶୁଭ ଫଳ

ବୁଧବାର ଏହି ନିୟମ ମାନି ଗଣେଶଙ୍କୁ ପୂଜା କଲେ ମିଳିବ ଶୁଭ ଫଳ
ପ୍ରତ୍ୟେକ ବୁଧବାର ଦିନ ଶ୍ରୀ ଗଣେଶଙ୍କ ଆରାଧନା ବା ପୂଜାର୍ଚ୍ଚନା କଲେ ଅନେକ ଶୁଭ ଫଳ ମିଳିଥାଏ । ଏମିତି କି ବୁଧ ଗ୍ରହକୁ ଶାନ୍ତି କରିବା ପାଇଁ ମଧ୍ୟ କେହି କେହି ଘରେ ପୂଜାର୍ଚ୍ଚନା କରିଥାନ୍ତି । ବୁଧବାର ଦିନ ଯଦି ଏହି ପାଂଚ ପ୍ରକାର ନିୟମକୁ ମାନି ଘରେ ପୂଜାର୍ଚ୍ଚନା କରାଯାଏ ତେବେ ଆପଣଙ୍କ ଘରେ ବି ଖୁସିର ଛାୟା ଖେଳିଯିବ । କେବଳ ସେତିକି ନୁହେଁ, ବରଂ ବ୍ୟକ୍ତିର ସୁଖ ଆଉ ସୋଭାଗ୍ୟ ବଢ଼ିବା ସହିତ ସବୁ ବିପଦ କଟିଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ୫ଟି ନିୟମ ବିଷୟରେ: ପ୍ରଥମ ନିୟମ: ସର୍ବପ୍ରଥମେ ପ୍ରାତଃ ସମୟରେ ଗାଧୋଇବା ପରେ ଗଣେଶ ମୂର୍ତି କିମ୍ବା ଗଣେଶଙ୍କ ଧାତୁ ମୂର୍ତିକୁ ମାଟି ଏବଂ ଲେମ୍ବୁରେ ଭଲ ଭାବେ ଧୋଇ ଏକ ଲାଲି କପଡ଼ା (ସାଲୁ କନା) ଉପରେ ପୂଜା ସ୍ଥାନରେ ରଖନ୍ତୁ । ଧ୍ୟାନ ଦେବେ ଯେପରି ମୂର୍ତିକୁ ପୂର୍ବ କିମ୍ବା ଉତର ଦିଗକୁ ମୁହଁ କରି ରହିବ । ଦ୍ୱିତୀୟ ନିୟମ: ମୂର୍ତି ସମ୍ମୁଖରେ ଏକ ଶୁଦ୍ଧ ଆସନ ପକେଇ ସେଥିରେ ବସିବେ । ପରେ ଗଣେଶ ଠାକୁରଙ୍କୁ ଧ୍ୟାନ କରିବା ସହିତ ଠାକୁରଙ୍କୁ ଫୁଲ, ଧୂପ, ଦୀପ, କର୍ପୂର, ରୋଲି, ସିନ୍ଦୁର ଓ ଚନ୍ଦନ ଲଗାଇବେ । ଏହା ସହିତ ଏକ ଥାଳିରେ ସମସ୍ତ ସାମଗ୍ରୀ ରଖିବା ସହିତ ଲଡ଼ୁ ରଖି ଠାକୁରଙ୍କୁ ସମର୍ପିତ କରିବେ । ତୃତୀୟ ନିୟମ: ଗଣେଶ ଠାକୁରଙ୍କ ପାଖରେ ତୁଳସୀ ପତ୍ର ଚଢ଼ା ଯାଏ ନାହିଁ । ଏହା ବଦଳରେ ନାଲି ରଙ୍ଗର ଫୁଲ, ପାନ ପତ୍ର ଅର୍ପଣ କରାଯାଇଥାଏ । ଆରତି କରିବା ପରେ ପଂଚାମୃତ ଅର୍ପଣ କରାଯାଇଥାଏ । ଚତୁର୍ଥ ନିୟମ: ଧ୍ୟାନ ରଖିବେ ଗଣେଶ ଠାକୁରଙ୍କୁ ପୂଜା କରିବା ସମୟରେ ଯେମିତି ମନରେ କୌଣସି ପ୍ରକାର ରାଗ, କ୍ରୋଧ ରହିବ ନାହିଁ । ପଂଚମ ନିୟମ: ଶେଷରେ ଗଣେଶ ଠାକୁରଙ୍କୁ ସ୍ମରଣ କରି ଓଁ ଗଂ ଗଣପତୟେ ନମଃ ମନ୍ତ୍ର ୧୦୮ଥର ଜପିବେ । ପ୍ରତ୍ୟେକ ବୁଧବାର ଏହି ପାଂଚ ନିୟମ ମାନି ପୂଜାର୍ଚ୍ଚନା କରିଲେ ପ୍ରତ୍ୟେକ ବ୍ୟକ୍ତିକୁ ଶୁଭ ଫଳ ମିଳିବା ସହିତ ସମୃଦ୍ଧି ପ୍ରାପ୍ତ ହେବ ।