ଡିସକାଉଂଟ ସେଲ୍

ଡିସକାଉଂଟ ସେଲ୍

ଭୁବନେଶ୍ୱର: ପପୁ ପମ ପମଙ୍କ ନୂଆ ଗୀତ ‘ଡିସକାଉଣ୍ଟ ସେଲ’କୁ ନେଇ ଏବେ ଭାରି ଚର୍ଚ୍ଚା । ପୂଜା ବଜାରରେ ରିଲିଜ ହୋଇଥିବା ଏହି ଗୀତ ଏବେ ସମସ୍ତେ ଗୁଣୁ ଗୁଣୁ ହେଉଛନ୍ତି । “ ଯେତେବେଳେ ତୋତେ ଫୋନ କଲେ ତୋ ଡାଡି ଧରୁଛି, ଇଂଲିସରେ ମୋତେ ଗାଳି ଦେଇ ଦେଇ ପଞ୍ଚ ମାରୁଛି । ତୋ ଡାଡିକୁ ବିକିଦେବି ଡିସକାଉଣ୍ଟ ସେଲରେ” । ଏହି ଗୀତରେ ପପୁଙ୍କ ସହ ମୋନାଲି ମଧୁସ୍ମିତା କଣ୍ଠଦାନ କରିଛନ୍ତି । ୟୁଟୁ୍ୟବ ଚ୍ୟାନେଲ କେ ୱାନ ଲାଇଭ ନିବେଦିତ ଏହି ଗୀତଟିକୁ ଡ. ନିର୍ମଳ ନାୟକ ରଚନା କରିଥିବାବେଳେ ମୁ୍ୟଜିକରେ ସଜାଇଛନ୍ତି ସୌମିତ୍ରି ପଲେଇ ।