ଅଷ୍ଟଶମ୍ଭୁ ପୀଠ

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ । 

ଅଷ୍ଟଶମ୍ଭୁ ପୀଠ

ଅଷ୍ଟଶମ୍ଭୁ ପୀଠ

କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ । ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା । ଓଡ଼ିଶାରେ ଭୌମକରମାନେ ରାଜତ୍ୱ କରୁଥିବା ସମୟରେ ଶୁଳ୍କୀମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ୱ କରୁଥିଲେ । ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ। ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ।

ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ । ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ୱର, ସ୍ୱପ୍ନେଶ୍ୱର, ଐଶାନେଶ୍ୱର, କପିଳେଶ୍ୱର, ବୈଦ୍ୟନାଥେଶ୍ୱର, ପଶ୍ଚିମେଶ୍ୱର, ବାଣେଶ୍ୱର ଓ ଲୋକନାଥେଶ୍ୱର । ମୁଖ୍ୟମନ୍ଦିରରେ ଥିବା କନକେଶ୍ୱରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ। ଲିଙ୍ଗ ଚତୁପାର୍ଶ୍ୱରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା । ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି ଫୁଟ । କନକେଶ୍ୱର ମନ୍ଦିରର ଦ୍ୱାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ୱ କାନ୍ଥରେ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ରହିଛି । ପୀଠର ପୂର୍ବଦିଗରେ ଏକ ସ୍ୱତନ୍ତ୍ର ଆସ୍ଥାନରେ ଦଶଭୁଜା ମହିଷମର୍ଦ୍ଦିନୀ  ଦୁର୍ଗା ବିରାଜିତ। ଏହି ଦେବୀ କନକେଶ୍ୱରୀ ବା କନକଦୁର୍ଗା ଭାବେ ପରିଚିତ ।  ଆଠଟି ଯାକ ଶିବମନ୍ଦିର ଓ କନକଦୁର୍ଗା ମନ୍ଦିର ଗୋଟିଏ ପ୍ରସ୍ତର ଚଟାଣ ଉପରେ ଅବସ୍ଥିତ ଥିଲା ।